ଥାନା ଆଗରେ ଜଗିଲା ଗାଈ, ଥାନା ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡିଲା ନାହିଁ

ମାଲକାନଗିରି, ୧୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଗତ କିଛିଦିନ ତଳେ ବୁଲାକୁକୁରଙ୍କ ପାଦୁର୍ଭାବ ଦେଖା ଦେଇଥିବା ବେଳେ ମଙ୍ଗଳବାର ଏକ ପାଗଳ ଗାଈର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ସକାଳେ ଏକ ପାଗଳ ଗାଈ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ବୁଲି ବାଟୋଇ ଓ ଲୋକଙ୍କୁ ଗୋଡାଇ ମାରିଥିବା ଦେଖିବାକୁ ମିଳିଛି। ଭୟରେ ବାଟୋଇ ଓ ଦୋକାନ ବନ୍ଦ କରି ଦେଇଥିଲେ। ଉକ୍ତ ଗାଇଟି ସହରର ବିଭିନ୍ନ ସ୍ଥାନରେ ଧାଁ ଦୌଡ କରିବା ପରେ ମାଲକାନଗିରି […] The post ଥାନା ଆଗରେ ଜଗିଲା ଗାଈ, ଥାନା ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡିଲା ନାହିଁ appeared first on Dharitri Odia News.

ଥାନା ଆଗରେ ଜଗିଲା ଗାଈ, ଥାନା ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡିଲା ନାହିଁ

ମାଲକାନଗିରି, ୧୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଗତ କିଛିଦିନ ତଳେ ବୁଲାକୁକୁରଙ୍କ ପାଦୁର୍ଭାବ ଦେଖା ଦେଇଥିବା ବେଳେ ମଙ୍ଗଳବାର ଏକ ପାଗଳ ଗାଈର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ସକାଳେ ଏକ ପାଗଳ ଗାଈ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ବୁଲି ବାଟୋଇ ଓ ଲୋକଙ୍କୁ ଗୋଡାଇ ମାରିଥିବା ଦେଖିବାକୁ ମିଳିଛି। ଭୟରେ ବାଟୋଇ ଓ ଦୋକାନ ବନ୍ଦ କରି ଦେଇଥିଲେ। ଉକ୍ତ ଗାଇଟି ସହରର ବିଭିନ୍ନ ସ୍ଥାନରେ ଧାଁ ଦୌଡ କରିବା ପରେ ମାଲକାନଗିରି ଆଦର୍ଶ ଥାନା ନିକଟକୁ ପଳାଇ ଆସିଥିଲା। ସେ ଥାନା ମୁଖ୍ୟ ଫାଟକ ସମ୍ମୁଖରେ ଭୟଙ୍କର ରୂରପ ଦେଖାଇଥିଲା। ଥାନା ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡି ନ ଥିଲା। ପାଟିରୁ ଫେଣ ବାହାରୁଥିବାରୁ ଗାଈଟିକୁ କୌଣସି କୁକୁର କାମୁଡିବା ଦ୍ୱାରା ସେ ପାଗଳ ହୋଇ ଯାଇଥାଇପାରେ ବୋଲି ଥାନା ଅଧିକାରୀ ରିଗାନ କିଣ୍ଡୋ ସନ୍ଦେହ କରି ଏ ସମ୍ପର୍କରେ ପୌର ପରିଷଦକୁ ଜଣାଇ ଗାଈଟିକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଇବା ପାଇଁ ଜଣାଇଥିଲେ।

The post ଥାନା ଆଗରେ ଜଗିଲା ଗାଈ, ଥାନା ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡିଲା ନାହିଁ appeared first on Dharitri Odia News.