ଥାନା ଦୁର୍ବ୍ୟବହାର କଥା ପୁଣି ମନେ ପକାଇଲେ ମୁଖ୍ୟମନ୍ତ୍ରୀ, କହିଲେ...
ଜଣେ ସିଟିଂ ବିଧାୟକ ଓ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଦପ୍ତର ବୁଲିବା ସହ ଅନିୟମିତତା ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ଦୁର୍ବ୍ୟବହାରର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ମଧ୍ୟ ଜିଲ୍ଲାପାଳ ସମ୍ମିଳନୀରେ ଉଦାହରଣ ଦେଇଛନ୍ତି । କିଭଳି ତାଙ୍କୁ ଥାନାରୁ ଗେଟ୍ ଆଉଟ୍ କହିଥିଲେ ଜଣେ ଥାନା ଅଧିକାରୀ ତାହା ସେ ମନେ ପକାଇବା ସହ ସାଧାରଣ ଲୋକଙ୍କ ପ୍ରତି ପୋଲିସ କିଭଳି ବ୍ୟବହାର କରୁଛି ସେନେଇ ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କର
ଜଣେ ସିଟିଂ ବିଧାୟକ ଓ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଦପ୍ତର ବୁଲିବା ସହ ଅନିୟମିତତା ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସଂପୃକ୍ତ ଥାନା ଅଧିକାରୀଙ୍କୁ ସେ କ୍ଷମା କରିଦେଇଥିବା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ।
ନିର୍ବାଚନ ପୂର୍ବକୁ ଏକ ସମସ୍ୟାର ସମାଧାନ ପାଇଁ ଯାଇଥିବା ବେଳେ ମୋହନ ମାଝୀଙ୍କୁ କେନ୍ଦୁଝର ଥାନା ଅଧିକାରୀ ଦୁର୍ବ୍ୟବହାର କରିବା ସହ ଗେଟ୍ ଆଉଟ୍ ବୋଲି କହିଥିଲେ । ସେତେବେଳେ ମୋହନ ମାଝି ସିଟିଂ MLA ଓ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ।
#ଥାନା_ଅଧିକାରୀଙ୍କୁ_କ୍ଷମା_କରିଦେଇଛି
ଥାନାରେ ଦୁର୍ବ୍ୟବହାର ପ୍ରସଙ୍ଗ ମନେ ପକାଇଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ଦୁର୍ବ୍ୟବହାର କଥା କହିଲେ । ତାଙ୍କୁ ଗେଟ ଆଉଟ ଓ ଦୁର୍ବ୍ୟବହାର କରାଯାଇଥିଲା ।#CollectorsSummits #MohanMajhi #Bhubaneswar #OTV pic.twitter.com/nCYOsytb20 — ଓଟିଭି (@otvkhabar) September 27, 2024