ଥାନା ଭିତରେ ପୋଲିସକୁ ଦୁର୍ବ୍ୟବହାର କଲେ ମହିଳା
ଭୁବନେଶର : ଥାନା ଭିତରେ ପଶି କାର୍ଯ୍ୟରତ ପୋଲିସଙ୍କୁ ଦୁର୍ବ୍ୟବହାର କଲେ ମହିଳା । ଖଣ୍ଡଗିରି ଥାନାରେ ପୁଲିସ କର୍ମଚାରୀଙ୍କୁ ନାଲିଆଖି ଦେଖାଇଛନ୍ତି ଜଣେ ମହିଳା। ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଗାଳିଗୁଲଜ କରିଛନ୍ତି। ଏ ନେଇ ସମ୍ପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଏହା ପରେ ତାଙ୍କୁ ଏକ ନୋଟିସ ଦେଇ ପୁଲିସ ଥାନାରୁ ଛାଡ଼ି ଦେଇଛି। ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ଵର ଡିସିପି ପିନାକ ମିଶ୍ର […]

ଭୁବନେଶର : ଥାନା ଭିତରେ ପଶି କାର୍ଯ୍ୟରତ ପୋଲିସଙ୍କୁ ଦୁର୍ବ୍ୟବହାର କଲେ ମହିଳା । ଖଣ୍ଡଗିରି ଥାନାରେ ପୁଲିସ କର୍ମଚାରୀଙ୍କୁ ନାଲିଆଖି ଦେଖାଇଛନ୍ତି ଜଣେ ମହିଳା। ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଗାଳିଗୁଲଜ କରିଛନ୍ତି। ଏ ନେଇ ସମ୍ପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଏହା ପରେ ତାଙ୍କୁ ଏକ ନୋଟିସ ଦେଇ ପୁଲିସ ଥାନାରୁ ଛାଡ଼ି ଦେଇଛି। ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ଵର ଡିସିପି ପିନାକ ମିଶ୍ର କହିଛନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
ସୂଚନାନୁସାରେ,ଗତ ୬ ତାରିଖ ରାତି ପ୍ରାୟ ୧୨ ଟାରେ ଜଣେ ମହିଳା ଖଣ୍ଡଗିରି ଥାନାକୁ ଆସି ତାଙ୍କ ପୁରୁଷ ବନ୍ଧୁ ନିଖୋଜ ଥିବା କହି, ତାଙ୍କୁ ଖୋଜି ଆଣିବାକୁ ପୋଲିସକୁ ବାଧ୍ୟ କରିଥିଲେ। ଏପରି କି ଏହି ସମୟରେ ପୋଲିସ ସହ ବିଭିନ୍ନ ଯୁକ୍ତି କରିବା ସହ ଥାନାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ଏପରିକି ତାଙ୍କ ପାଖରେ ପାଣି ବୋତଲ ଥିବାବେଳେ,ପାଣି ବୋତଲ ଠିପି ଖୋଲି ତାଙ୍କୁ ଦେବାକୁ ଥାନାର ଜଣେ ସବ୍ଇନ୍ସ୍ପେକ୍ଟର(ଏସଆଇ)ଙ୍କୁ କହିଥିଲେ । ହେଲେ ଏସ୍ଆଇ ମନା କରିବାରୁ ଯୁବତୀ ଜଣଙ୍କ ରାଗରେ ପାଣି ବୋତଲକୁ ଫିଙ୍ଗିବା ସହ ଚେୟାର ଫୋପାଡ଼ି ଦେଇଥିଲେ । ଏପରିକି ଯୁବତୀ ଜଣଙ୍କ ଉକ୍ତ ସବ ଇନ୍ସ୍ପେକ୍ଟରଙ୍କ ପୋଷାକ ଓ ତାଙ୍କ ମୁଣ୍ଡକୁ ହାତ ମାରି ଓଲଟା ଦୁର୍ବ୍ୟବହାର କରୁଥିଲେ । ଏନେଇ ଏକ ଭିଡିଓ ଭାଇରଲ ହେବ ପରେ ଘଟଣା ଜଣାପଡିଥିଲା । ଉକ୍ତ ଯୁବତୀଙ୍କ ନାମରେ ଏକ ଷ୍ଟେଶନ ଡାଏରୀ କରି ତାଙ୍କୁ ଛଡ଼ା ଯାଇଥିଲା ବୋଲି ଖଣ୍ଡଗିରି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।