ଧରାପଡ଼ିଲେ ହସ୍ପିଟାଲରୁ ଫେରାର ମହିଳା

ରାଉରକେଲା: ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଗାଆଁରୁ ୪ ବର୍ଷ ଝିଅର ମୃତଦେହ କୂଅରୁ ଉଦ୍ଧାର ଘଟଣା । ଧରାପଡ଼ିଲେ ଘଟଣାର ସମ୍ପୃକ୍ତି ଥିବା ମହିଳା । ଗତ ୪ ଦିନ ପୂର୍ବରୁ ଗୁରୁଣ୍ଡିଆ ପଙ୍କଡିହି ପଞ୍ଚାୟତର ଜଡା ଗ୍ରାମରଜଣେ ୪ ବର୍ଷର ଶିଶୁ କନ୍ୟା ନିଖୋଜ ଥିଲେ ଏହାପରେ ତାଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ପଡ଼ୋଶୀଙ୍କୁ ସନ୍ଦେହ କରି ସ୍ୱାମୀ, ସ୍ତ୍ରୀକୁ ମାର ପିଟ କରି ଲହୁଲୁହାଣ […]

ଧରାପଡ଼ିଲେ ହସ୍ପିଟାଲରୁ ଫେରାର ମହିଳା
ଧରାପଡ଼ିଲେ ହସ୍ପିଟାଲରୁ ଫେରାର ମହିଳା

ରାଉରକେଲା: ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଗାଆଁରୁ ୪ ବର୍ଷ ଝିଅର ମୃତଦେହ କୂଅରୁ ଉଦ୍ଧାର ଘଟଣା । ଧରାପଡ଼ିଲେ ଘଟଣାର ସମ୍ପୃକ୍ତି ଥିବା ମହିଳା । ଗତ ୪ ଦିନ ପୂର୍ବରୁ ଗୁରୁଣ୍ଡିଆ ପଙ୍କଡିହି ପଞ୍ଚାୟତର ଜଡା ଗ୍ରାମରଜଣେ ୪ ବର୍ଷର ଶିଶୁ କନ୍ୟା ନିଖୋଜ ଥିଲେ ଏହାପରେ ତାଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ପଡ଼ୋଶୀଙ୍କୁ ସନ୍ଦେହ କରି ସ୍ୱାମୀ, ସ୍ତ୍ରୀକୁ ମାର ପିଟ କରି ଲହୁଲୁହାଣ କରିବା ପରେ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ପହଞ୍ଚି ପଡ଼ୋଶୀ ସ୍ୱାମୀ, ସ୍ତ୍ରୀଙ୍କୁ ଆଣି ପୁଲିସ ହେପାଜତରେ ବଣାଇ ଡାକ୍ତରଖାନାରେ ଚିକତ୍ସା ଲାଗି ଭର୍ତ୍ତି କରିଥିଲେ।

ତେବେ ଆଜି ୪ଟା ବେଳେ ପୁଲିସକୁ ଚକମା ଦେଇ ସ୍ତ୍ରୀ ଲୋକଜଣକ ଡାକ୍ତର ଖାନାରୁ ଫେରାର ହୋଇ ଯାଇଥିଲେ। ଡିଉଟିରେ ଥିବା ପୁଲିସ କର୍ମଚାରୀ ବାଥ ରୁମ ଯାଇଥିବା ବେଳେ ଏହି ସୁଯୋଗରେ ଚାରି ମୁଣ୍ଡା ଫେରାର ହୋଇ ଯାଇଥିଲା, ଯାହା ସିସିଟିଭିରେ କଏଦ ହୋଇଛି। ପ୍ରଥମେ ସେ ଡାକ୍ତରଖାନାରୁ ବାହାରି ମୁଖ୍ୟ ଗେଟ ଦେଇ ବସଷ୍ଟାଣ୍ଡ ଆଡେ ଯିବାର କିଛି ଦୂର ଯାଇ ପୁଣି ସେଠାରୁ ଫେରି ଦୌଡ଼ିଦୌଡ଼ି ଡାକ୍ତରଖାନା ମୁଖ୍ୟ ଫାଟକ ଦେଇ ସିଂ ଟୋଲା ଅଂଚଳକୁ ଫେରାର ହୋଇ ଯାଇଥିଲେ।

ଘଟଣାପରେ ଗୁରୁଣ୍ଡିଆ ପୁଲିସ, ବଣାଇ ପୁଲିସ ଏକ ଟିମ ଗଠନ କରି ଖୋଜାଖୋଜି କରୁଥିଲା। ୪ଦିନ ପରେ ପୁଲିସ ବଣାଇ ଥାନାର କପଣ୍ଡ ଅଞ୍ଚଳରୁ ଆଜି ଅଭିଯୁକ୍ତ ମହିଳାଙ୍କୁ ଧରି ବଣାଇ ଥାନାରେ ରଖି ତଦନ୍ତ ଚଳାଇଛି ।