ଥାନା ଭିତରେ ମହିଳାଙ୍କ ଦବଙ୍ଗଗିରି, ମଦ ପିଇ ଉତପାତ୍ ହେଲେ ମହିଳା…
ଭୁବନେଶ୍ବର: ପୁଲିସ ଷ୍ଟେସନ ଭିତରେ ମହିଳାଙ୍କ ଉତପାତ୍। ମଦ ପିଇ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଯୁକ୍ତିତର୍କ କଲେ ମାତାଲ ମହିଳା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ପୁଲିସ ବାବୁଙ୍କ ସାମ୍ନାରେ ଗୋଡ ଉପରେ ଗୋଡ ପକାଇ ବସିଥିବା ଏହି ମହିଳା ଜଣଙ୍କ ମଦ ପିଇ ଉତପାତ ହେଉଛନ୍ତି। ଏ ଦୃଶ୍ୟ ହେଉଛି ଖଣ୍ଡଗିରି ଥାନା ପରିସରର। ମହିଳାଙ୍କ ଅଜବ ଯୁକ୍ତିରେ ପୁଲିସ କର୍ମଚାରୀଙ୍କୁ […]

ଭୁବନେଶ୍ବର: ପୁଲିସ ଷ୍ଟେସନ ଭିତରେ ମହିଳାଙ୍କ ଉତପାତ୍। ମଦ ପିଇ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଯୁକ୍ତିତର୍କ କଲେ ମାତାଲ ମହିଳା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ପୁଲିସ ବାବୁଙ୍କ ସାମ୍ନାରେ ଗୋଡ ଉପରେ ଗୋଡ ପକାଇ ବସିଥିବା ଏହି ମହିଳା ଜଣଙ୍କ ମଦ ପିଇ ଉତପାତ ହେଉଛନ୍ତି। ଏ ଦୃଶ୍ୟ ହେଉଛି ଖଣ୍ଡଗିରି ଥାନା ପରିସରର। ମହିଳାଙ୍କ ଅଜବ ଯୁକ୍ତିରେ ପୁଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି। ପାଖରେ ପାଣି ବୋତଲ ରହିଥିଲେ ସୁଦ୍ଧା ପୁଲିସଙ୍କୁ କହୁଛନ୍ତି ପାଣି ବୋତଲ ଠିପି ଖୋଲି ତାଙ୍କୁ ଦେବାକୁ। ହେଲେ ଏସ୍ଆଇ ମନା କରିବାରୁ ମହିଳା ଜଣଙ୍କ ରାଗରେ ପାଣି ବୋତଲକୁ ଫିଙ୍ଗିବା ସହ ଚେୟାର ଫୋପାଡି ଦେଇଛନ୍ତି। ଖାଲି ସେତିକି ନୁହେଁ ମାତାଲ ମହିଳା ଜଣଙ୍କ ଏସଆଇଙ୍କ ପୋଷାକ ଓ ତାଙ୍କ ମୁଣ୍ଡକୁ ହାତ ମାରି ଦୁର୍ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ପୁଲିସକୁ ନାଲି ଆଖି ଦେଖାଇ କହୁଛନ୍ତି, ମୋ ଧନକୁ ଖୋଜିଆଣ…ତୁ କିଏ ବେ ? ଜଲଦି ପିସିଆର ପଠେଇ ମୋ ଧନକୁ ଖୋଜି ଆଣେ। ନ ହେଲେ, ତମ ସମସ୍ତଙ୍କୁ ଦେଖିନେବି । ଏଭଳି କହି ପାଣି ବୋତଲ ଓ ଚେୟାର ଫୋପାଡୁଛନ୍ତି ମହିଳା ଜଣକ। ଖଣ୍ଡଗିରି ଥାନା ଭିତରେ ପୋଲିସକୁ ଏଭଳି ନାଲି ଆଖି ଦେଖାଇଛନ୍ତି ଜଣେ ମହିଳା । ମାତାଲ ଅବସ୍ଥାରେ ପ୍ରାୟ ୨ ଘଂଟା ଧରି ଥାନା ପରିସରରେ ହଙ୍ଗାମା କରିଛନ୍ତି ଏହି ମହିଳା ଜଣକ।
ଖଣ୍ଡଗିରି ଥାନାର ଏଭଳି ଘଟଣା ଭାଇରାଲ ହେବା ପରେ ଏନେଇ ମାମଲା ରୁଜୁ ସହ ଘଟଣାର ଖୋଳତାଡ ଆରମ୍ଭ କରିଛି କମିଶନରେଟ୍ ପୁଲିସ। ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ ହେବା ପରେ ୪୧ ନୋଟିସ ଦେଇ ମହିଳାଙ୍କୁ ଛଡା ଯାଇଥିବା ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଏହାସହ ଏଭଳି ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି।