ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍‌ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା

ଭଦ୍ରକ,୧୮।୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ଥାନା ଅଧିକାରୀ କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଗୁରୁବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି ଖବରଦାତା। ସୂଚନାମୁତାବକ, ବନ୍ତ ବ୍ଲକର ଖବରଦାତା ହରି ନାରାୟଣ ମହାନ୍ତି ଓ ରବୀନ୍ଦ୍ର ନାଥ ଓଝା ଗତ ୯ ତାରିଖରେ ବନ୍ତ ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଥିବା ଏକ ଦୁର୍ଘଟଣା ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ସୋମବାର ବନ୍ତ ଥାନାକୁ ଯାଇଥିଲେ। ବନ୍ତ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚାରିବାରୁ […] The post ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍‌ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା appeared first on Dharitri Odia News.

ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍‌ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା

ଭଦ୍ରକ,୧୮।୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ଥାନା ଅଧିକାରୀ କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଗୁରୁବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି ଖବରଦାତା।

ସୂଚନାମୁତାବକ, ବନ୍ତ ବ୍ଲକର ଖବରଦାତା ହରି ନାରାୟଣ ମହାନ୍ତି ଓ ରବୀନ୍ଦ୍ର ନାଥ ଓଝା ଗତ ୯ ତାରିଖରେ ବନ୍ତ ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଥିବା ଏକ ଦୁର୍ଘଟଣା ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ସୋମବାର ବନ୍ତ ଥାନାକୁ ଯାଇଥିଲେ। ବନ୍ତ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚାରିବାରୁ ଜଣେ ଏସ୍‌ଆଇ ପ୍ରସାଦ ଜେନାଙ୍କୁ ଦୁଇ ସାମ୍ବାଦିକଙ୍କର ଫଟୋ ଉଠାଇ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଥାନାଧିକାରୀ ତାଚ୍ଛଲ୍ୟ କରି କହିଥିଲେ।

ସେହିପରି ଜଣେ ୱାରେଣ୍ଟିଙ୍କୁ ଗିରଫ କରି ଥାନାରେ ରଖିଥିବା ବେଳେ ଆରେଷ୍ଟ ମେମୋରେ ଦସ୍ତଖତ କରିବାକୁ କହିଥିଲେ। ଥାନା ଭିତରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏପରି ବ୍ୟବହାର ଦୁଇ ଖବରଦାତାଙ୍କୁ ମର୍ମାହତ କରିଥିଲା। ଏଥିରେ ସେମାନେ ମାନସିକ ଆଘାତ ପାଇଥିବା ଏସ୍‌ପିଙ୍କୁ ଦେଇଥିବା ସ୍ମାରକପତ୍ରରେ ହରିନାରାୟଣ ମହାନ୍ତି ଦର୍ଶାଇଛନ୍ତି।

ଘଟଣା ବିଷୟରେ ଏସ୍‌ପି ବରୁଣ ଗୁଂଟୁପାଲି ଅବଗତ ହେବା ପରେ ଜଣେ ସିନିୟର ଅଫିସରଙ୍କ ଦ୍ୱାରା ଏହାର ତଦନ୍ତ କରିବା ସହ ଏପରି ଘଟଣା ପୁନର୍ବାର ନ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ଖବରଦାତା ନରେନ୍ଦ୍ର ସାମଲ, ପ୍ରିୟଦର୍ଶନ ବୋଇତି, ପାର୍ଥସାରଥି ନାୟକ, ଦୀପ୍ତିରଞ୍ଜନ ସାହୁ, ଅଜୟ ପଣ୍ଡା, ସନାତନ ରାଉତ, ଶୁଭଦୀପ ମଲ୍ଲିକ, ଶୁଭ୍ରକାନ୍ତ ରାଉତ, କମଲ ପଣ୍ଡା, ଗଙ୍ଗାଧର ଦାସ ପ୍ରମୁଖ ଏସ୍‌ପିଙ୍କୁ ଭେଟିଥିଲେ।

The post ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍‌ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା appeared first on Dharitri Odia News.