ଥାନାରେ ଅଗ୍ନିକାଣ୍ଡ: ପୋଡ଼ିଗଲା ଜବତ ୨ଟି କାର୍‌

ବୌଦ୍ଧ,୨୧।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ପରିସରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଥାନା ପରିସରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜବତ ୨ଟି କାର୍‌ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, କୌଣସି କାରଣରୁ ଥାନା ପରିସରରେ ଥିବା ଦୁର୍ଗା ମନ୍ଦିର ନିକଟ ଏକ ଶୁଖିଲା ଗଛରେ ନିଆଁ ଲାଗିଯାଇଥିଲା। ଏହା ବ୍ୟାପି କାର୍‌ରେ ଲାଗିଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। […] The post ଥାନାରେ ଅଗ୍ନିକାଣ୍ଡ: ପୋଡ଼ିଗଲା ଜବତ ୨ଟି କାର୍‌ appeared first on Dharitri Odia News.

ଥାନାରେ ଅଗ୍ନିକାଣ୍ଡ: ପୋଡ଼ିଗଲା ଜବତ ୨ଟି କାର୍‌

ବୌଦ୍ଧ,୨୧।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ପରିସରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଥାନା ପରିସରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜବତ ୨ଟି କାର୍‌ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, କୌଣସି କାରଣରୁ ଥାନା ପରିସରରେ ଥିବା ଦୁର୍ଗା ମନ୍ଦିର ନିକଟ ଏକ ଶୁଖିଲା ଗଛରେ ନିଆଁ ଲାଗିଯାଇଥିଲା। ଏହା ବ୍ୟାପି କାର୍‌ରେ ଲାଗିଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କାର୍‌ ଦ୍ୱୟ ପୋଡି ନଷ୍ଟ ହୋଇଯାଇଛି।

The post ଥାନାରେ ଅଗ୍ନିକାଣ୍ଡ: ପୋଡ଼ିଗଲା ଜବତ ୨ଟି କାର୍‌ appeared first on Dharitri Odia News.