ଥିରୁବନନ୍ତପୁରମ ହୋଟେଲରୁ ଟିଭି ତାରକାଙ୍କ ମୃତଦେହ ଠାବ

ନନ୍ଦିଘୋଷ ବ୍ୟୁରୋ: କେରଳ ଥିରୁବନନ୍ତପୁରମର ଏକ ହୋଟେଲରେ ମାଲାୟାଲାମ ଟିଭି ତାରକା ଦିଲୀପ ଶଙ୍କରଙ୍କ ମୃତଦେହ ଠାବ। ଏକ ସିରିୟଲର... The post ଥିରୁବନନ୍ତପୁରମ ହୋଟେଲରୁ ଟିଭି ତାରକାଙ୍କ ମୃତଦେହ ଠାବ appeared first on .

ଥିରୁବନନ୍ତପୁରମ ହୋଟେଲରୁ ଟିଭି ତାରକାଙ୍କ ମୃତଦେହ ଠାବ

ନନ୍ଦିଘୋଷ ବ୍ୟୁରୋ: କେରଳ ଥିରୁବନନ୍ତପୁରମର ଏକ ହୋଟେଲରେ ମାଲାୟାଲାମ ଟିଭି ତାରକା ଦିଲୀପ ଶଙ୍କରଙ୍କ ମୃତଦେହ ଠାବ। ଏକ ସିରିୟଲର ଶୁଟିଂ ଲାଗି ଥିରୁବନନ୍ତପୁରମକୁ ଆସିଥିଲେ ଦିଲୀପ। ତେବେ ଆଜି ତାଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି। ୨ ଦିନ ପୂର୍ବରୁ ସେ ଥରେ ଏହି ସହରକୁ ଆସିଥିଲେ। ସିରିୟଲ ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି- ଶୁଟିଂ କିଛି ଦିନ ବନ୍ଦ କରାଯାଇଥିଲା। ପରେ ସେ ଶୁଟିଂରେ ସାମିଲ ହେବାକୁ ଆସିଥିଲେ। ତାଙ୍କର ଶରୀର ସମସ୍ୟା ରହିଥିଲା ବୋଲି କିଛି ସହକର୍ମୀ କହିଛନ୍ତି। ଦିଲୀପଙ୍କ ଘର ଏର୍ଣ୍ଣାକୁଲମରେ। ସେ ଆତ୍ମହତ୍ଯା କରିଛନ୍ତି ନା କେହି ହତ୍ଯା କରିଛି ନା ଶରୀର ସମସ୍ଯା କାରଣରୁ ତାଙ୍କର ମୃତ୍ଯୁ ଘଟିଛି- ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

The post ଥିରୁବନନ୍ତପୁରମ ହୋଟେଲରୁ ଟିଭି ତାରକାଙ୍କ ମୃତଦେହ ଠାବ appeared first on .