ଥିଲେ ପୁଅ.. ହେଲେ ଝିଅ : ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପୁଅ
ନୂଆଦିଲ୍ଲୀ: ପୁଅ ଥିଲେ ଏବେ ଝିଅ ହେଲେ। ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ। ଟିମ ଇଣ୍ଡିଆର ପୂର୍ବତନ ଖେଳାଳିଙ୍କ ପୁଅ ବର୍ତ୍ତମାନ ଲିଙ୍ଗ ପରିବର୍ତ୍ତନ କରି ଚର୍ଚ୍ଚାରେ ଅଛନ୍ତି। ଲିଙ୍ଗ ପରିବର୍ତ୍ତନ କରି ସେ ବର୍ତ୍ତମାନ ପୁରୁଷରୁ ମହିଳା ହୋଇଛନ୍ତି । ଏହାସହିତ ନିଜ ନାମ ମଧ୍ୟ ସେ ପରିବର୍ତ୍ତନ କରିଛନ୍ତି । ଆର୍ୟନରୁ ଅନାୟା ନାମରେ ଏକ ନୂଆ ପରିଚୟ ତିଆରି କରୁଛନ୍ତି ସଞ୍ଜୟଙ୍କ ପୁଅ। ସୋସିଆଲ ମିଡ଼ିଆରେ […]

ନୂଆଦିଲ୍ଲୀ: ପୁଅ ଥିଲେ ଏବେ ଝିଅ ହେଲେ। ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ। ଟିମ ଇଣ୍ଡିଆର ପୂର୍ବତନ ଖେଳାଳିଙ୍କ ପୁଅ ବର୍ତ୍ତମାନ ଲିଙ୍ଗ ପରିବର୍ତ୍ତନ କରି ଚର୍ଚ୍ଚାରେ ଅଛନ୍ତି। ଲିଙ୍ଗ ପରିବର୍ତ୍ତନ କରି ସେ ବର୍ତ୍ତମାନ ପୁରୁଷରୁ ମହିଳା ହୋଇଛନ୍ତି । ଏହାସହିତ ନିଜ ନାମ ମଧ୍ୟ ସେ ପରିବର୍ତ୍ତନ କରିଛନ୍ତି । ଆର୍ୟନରୁ ଅନାୟା ନାମରେ ଏକ ନୂଆ ପରିଚୟ ତିଆରି କରୁଛନ୍ତି ସଞ୍ଜୟଙ୍କ ପୁଅ।
ସୋସିଆଲ ମିଡ଼ିଆରେ ଏବେ ଅନାୟାଙ୍କୁ ନେଇ ଖୁବ ଚର୍ଚ୍ଚା। ଜୀବନରେ ଏତେ ବଡ଼ ରିସ୍କ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅନାୟା। ଝିଅ ହେବା ପରେ ନିଜର ଏକ ଭିଡିଓ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଯାହାକୁ ଅନେକ ପ୍ରଶଂସା କରିବା ସହିତ କିଛି ସମାଲୋଚନା କରିଛନ୍ତି।କ୍ରିକେଟ ଜୀବନକୁ ପରିତ୍ୟାଗ କରି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଅନାୟା । ଏବେ ତାଙ୍କ ଶରୀର କ୍ରିକେଟ ଖେଳିବା ପାଇଁ ସାଥ ଦେବନି ତେଣୁ ସେ କ୍ରିକେଟକୁ ବାଏ ବାଏ କରିବା ସହ ଜୀବନର ନୂଆ ପର୍ଯ୍ୟାୟରେ ନିଜକୁ ଉପଭୋଗ କରିବେ ବୋଲି ଅନାୟା କହିଛନ୍ତି।