ଥୁଆମୂଳ ରାମପୁର ବ୍ଲକ୍ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ସମୟ ତାଲା, ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା

ଥୁଆମୂଳ ରାମପୁର,୨୦।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳାର ଚିତ୍ର ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ (ବିଭିଓ) ଏବଂ ଅତିରିକ୍ତ ଅସ୍ତ୍ରୋପଚାର ଚିକିତ୍ସକଙ୍କ ନିଯୁକ୍ତ ହୋଇଥିବା ବେଳେ ଅଧିକାଂଶ ସମୟ ସେମାନେ ଅନୁପସ୍ଥିତ ରହୁଥିବା ସହ ମନଇଚ୍ଛା କାର୍ଯ୍ୟାଳୟ ଖୋଲୁଥିବା ଅଭିଯୋଗ ହୋଇଛି। ରାତ୍ର ଜଗୁଆଳି ଏବଂ ଆଟେଣ୍ଡେଣ୍ଟଙ୍କ ଭରସାରେ ଚାଲିଛି ଏହି ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର। ଫଳରେ ପ୍ରଭାବିତ […] The post ଥୁଆମୂଳ ରାମପୁର ବ୍ଲକ୍ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ସମୟ ତାଲା, ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା appeared first on Dharitri Odia News.

ଥୁଆମୂଳ ରାମପୁର ବ୍ଲକ୍ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ସମୟ ତାଲା, ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା

ଥୁଆମୂଳ ରାମପୁର,୨୦।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳାର ଚିତ୍ର ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ (ବିଭିଓ) ଏବଂ ଅତିରିକ୍ତ ଅସ୍ତ୍ରୋପଚାର ଚିକିତ୍ସକଙ୍କ ନିଯୁକ୍ତ ହୋଇଥିବା ବେଳେ ଅଧିକାଂଶ ସମୟ ସେମାନେ ଅନୁପସ୍ଥିତ ରହୁଥିବା ସହ ମନଇଚ୍ଛା କାର୍ଯ୍ୟାଳୟ ଖୋଲୁଥିବା ଅଭିଯୋଗ ହୋଇଛି। ରାତ୍ର ଜଗୁଆଳି ଏବଂ ଆଟେଣ୍ଡେଣ୍ଟଙ୍କ ଭରସାରେ ଚାଲିଛି ଏହି ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର। ଫଳରେ ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା ସେବା।

ଗାଈଗୋରୁ, ଛେଳିମେଣ୍ଢା ଭଳି ଗୃହପାଳିତ ପ୍ରାଣୀ ବିଭିନ୍ନ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅବହେଳାରୁ ମୃତ୍ୟୁ ମୁଖରେ ପଡୁଛନ୍ତି। ଚିକିତ୍ସାରେ ସମ୍ପୂର୍ଣ ଅବହେଳା ପ୍ରଦର୍ଶନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ବିନା ସରକାରୀ ଛୁଟି ରେ ସଠିକ୍ ସମୟରେ କାର୍ଯ୍ୟାଳୟ ନ ଖୋଲିବା ସହ ଟୀକାକରଣ ହେଉ ନ ଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।

ଏହି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ବ୍ଲକର କର୍ଲାପାଟ, କେରପାଇ, ଗୁଣପୁର, ଗୋପାଳପୁର, ବଡଛତ୍ରଙ୍ଗ, ମହୁଲପାଟଣା, ଡୁମେରପଦର ଏବଂ ଅଡ୍ରି ଠାରେ ପ୍ରାଣୀ ଧନ ନିରୀକ୍ଷକ କେନ୍ଦ୍ର ରହିଛି। ଡୁମେରପଦର ଠାରେ ନିର୍ମାଣ ହେଉଥିବା କାର୍ଯ୍ୟାଳୟ କୋଠା ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଗୋପାଳପୁର ସ୍ଥିତ କୋଠା ବର୍ତ୍ତମାନ ବିପଦସଂକୁଳ ଅବସ୍ଥାରେ ରହିଛି। ଅଡ୍ରି ସ୍ଥିତ କେନ୍ଦ୍ର ଦାୟିତ୍ଵରେ ଥିବା ପ୍ରାଣୀ ସମ୍ପଦ ନିରୀକ୍ଷକଙ୍କୁ ନର୍ଲା ପ୍ରାଣୀ ଚିକିତ୍ସାଳୟକୁ ଡେପୁଟେସନ୍‌ରେ ଯାଇଥିବା ବେଳେ ପ୍ରାଣୀ ଧନ ନିରୀକ୍ଷକ ପଦବୀ ଖାଲି ପଡ଼ିଛି । ଏଥି ସହିତ ଥୁଆମୂଳ ରାମପୁର ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ଏହି ପଦବୀ ଖାଲି ପଡ଼ିଛି ।

ମହୁଲପାଟଣା ଏବଂ କେରପାଇ ସ୍ଥିତ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ମାସ ମାସ ଧରି ବନ୍ଦ ରହୁଥିବା ବେଳେ ଥୁଆମୂଳ ରାମପୁର ଗୋଷ୍ଟି ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ଅଧିକାରୀ ଦିନେ ଆସିଲେ ଦିନେ ନାହିଁ। ପ୍ରାୟ ସମୟ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଏଥି ପାଇଁ ଅଞ୍ଚଳର ଗୃହପାଳିତ ପଶୁ ପକ୍ଷୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ଅବହେଳା ପରିଲକ୍ଷିତ ହେଇଛି। ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିକାରୀଙ୍କ ତାଙ୍କ କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଏସଂପର୍କରେ ବ୍ଲକ୍ ଭେଟନେରି ଅଧିକାରୀ ଛବିଳ ମାଝୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ ହଁ କାର୍ଯ୍ୟାଳୟରେ ଆମର ଜଗୁଆଳି ଏବଂ ଆଟେଣ୍ଡେଣ୍ଟ ଅଛନ୍ତି ଆଉ କାର୍ଯ୍ୟାଳୟ ମଧ୍ୟ ଠିକ୍ ସମୟରେ ଖୋଲା ଯାଉଛି ବୋଲି କହିଲେ ଆଉ କୌଣସି ସରକାରୀ ଛୁଟି ନ ରହି କାର୍ଯ୍ୟାଳୟ ରେ ତାଲା ପଡ଼ିଥିବା କଥା କହିବାରୁ ହଁ କୌଣସି କାମ ପାଇଁ କୁଆଡେ ଯାଇଥିବା ମୁଁ ଫୋନ କରି କହି ଦେଉଛି ସେମାନେ ଅଫିସ ଖୋଲିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

The post ଥୁଆମୂଳ ରାମପୁର ବ୍ଲକ୍ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ସମୟ ତାଲା, ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା appeared first on Dharitri Odia News.