‘ଥ୍ୟାଙ୍କ୍ ୟୁ ପାକିସ୍ତାନ’ ଲେଖି କାନାଡ଼ା ପଳାଉଛନ୍ତି ପାକିସ୍ତାନ ଏୟାରହୋଷ୍ଟେସ
ଇସଲାମାବାଦ : ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’ର ଏୟାରହୋଷ୍ଟେସ ମାନେ ପାକିସ୍ତାନ ଛାଡ଼ି କାନାଡ଼ା ଚାଲିଯାଉଛନ୍ତି। ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍ ‘ଥ୍ୟାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି । ଉକ୍ତ ବିମାନ ପରିଚାରିକାମାନେ କାନାଡ଼ାରେ ନିଯୁକ୍ତି ପାଇଥିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାକୁ ନିବେଦନ କରିଥିବା ଜଣାପଡ଼ିଛି । ନିକଟରେ ପାକ୍ ଏୟାରଲାଇନ୍ସର ଜଣେ ଏୟାରହୋଷ୍ଟେସ ନିଖୋଜ ହେବାପରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ସେ ଏବେ କାନାଡ଼ାରେ […]

ଇସଲାମାବାଦ : ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’ର ଏୟାରହୋଷ୍ଟେସ ମାନେ ପାକିସ୍ତାନ ଛାଡ଼ି କାନାଡ଼ା ଚାଲିଯାଉଛନ୍ତି। ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍ ‘ଥ୍ୟାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି । ଉକ୍ତ ବିମାନ ପରିଚାରିକାମାନେ କାନାଡ଼ାରେ ନିଯୁକ୍ତି ପାଇଥିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାକୁ ନିବେଦନ କରିଥିବା ଜଣାପଡ଼ିଛି । ନିକଟରେ ପାକ୍ ଏୟାରଲାଇନ୍ସର ଜଣେ ଏୟାରହୋଷ୍ଟେସ ନିଖୋଜ ହେବାପରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ସେ ଏବେ କାନାଡ଼ାରେ ଅଛନ୍ତି। ଗତକାଲି ପାକିସ୍ତାନର ଡନ୍ ଖବରକାଗଜ ରିପୋର୍ଟ କରିଛି ଯେ ଏୟାରହୋଷ୍ଟେସ୍ ମରିୟମ୍ ରଜା ଇସଲାମାବାଦରୁ ପିଆଇଏ ବିମାନରେ ଚଢ଼ିଥିଲେ। କିନ୍ତୁ ବିମାନଟି କରାଚୀ ଫେରିବା ପରେ ସେ ଡ୍ୟୁଟିକୁ ଫେରିନଥିଲେ। ଏହାପରେ କର୍ତ୍ତୃପକ୍ଷ ମରିୟମ୍ଙ୍କୁ ଖୋଜାଖୋଜି କରି ହୋଟେଲରେ ପହଞ୍ଚିବା ପରେ ସେଠାରେ ତାଙ୍କ ବ୍ୟାଗ୍ ମିଳିଥିଲା। ବ୍ୟାଗ୍ ଖୋଲିବା ପରେ ଏୟାର ହୋଷ୍ଟେସ ଡ୍ରେସ୍ ମିଳିବା ସହ ସେଥିରେ ଏକ ନୋଟ୍ ମଧ୍ୟ ଥିଲା। ଏଥିରେ ଲେଖାଯାଇଥିଲା, ‘ଧନ୍ୟବାଦ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’। ମରିୟମ୍ ରଜା ପାକିସ୍ତାନର ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସରେ ପ୍ରାୟ ୧୫ ବର୍ଷ ଧରି କାମ କରୁଥିଲେ। ସେ ଇସଲାମାବାଦରୁ ଟୋରଣ୍ଟୋ ଯାଉଥିବା ଏକ ବିମାନରେ ଡ୍ୟୁଟିରେ ଥିଲେ। ଏୟାର ହୋଷ୍ଟେସମାନେ ଜଣକ ପରେ ଜଣେ ଏଭଳି କାନାଡାରୁ ଗାଏବ ହେବା ପଛରେ ସେମାନଙ୍କ ଯୋଜନାବଦ୍ଧ ପ୍ରୟାସ ରହିଛି ବୋଲି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି। ତେବେ ବର୍ଷକ ମଧ୍ୟରେ ଏହା ନବମ ଘଟଣା।