ଦ. ଆଫ୍ରିକା ବୋଲରଙ୍କ ଶାଣିତ ବୋଲିଂ, ୧୨୪ ରନରେ ଅଟକିଲା ଭାରତର ସ୍କୋର
ନୂଆଦିଲ୍ଲୀ: ପ୍ରଥମ ଟି-୨୦କୁ ଏକତରଫା ଜିତିଥିବା ଭାରତ ଦ୍ଵିତୀୟ ମୁକାବିଲାରେ ବ୍ୟାଟରମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ଦଳ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୨୪ ରନ କରିଛି। ସିରିଜ୍ ବରାବର ପାଇଁ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୨୫ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୯ ରନ କରିଥିବା ବେଳେ ଅକ୍ଷର ପଟେଲ୍ ୨୭ ରନ କରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଦଳ ଖାତା ଖୋଲିବା ପୂର୍ବରୁ ଗତ ମ୍ୟାଚ୍ର ଶତକ ହାସଲକାରୀ ସଞ୍ଜୁ ସାମସନ(୦) ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା(୪) ପୁଣି ଥରେ ନିରାଶ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୪) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୧୫ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଭାରତ ଇନିଂସକୁ କିଛି ସମୟ ତିଳକ ବର୍ମା ଓ ଅକ୍ଷର ପଟେଲ୍ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୩୦ ରନ ଯୋଡ଼ିଥିଲେ। ଏହା ପରେ ଭାରତ ପୁଣି ନିୟମିତ ଓ୍ଵିକେଟ୍ ହରାଇଥିଲା। ତିଳକ ବର୍ମା ୨୦ ରନ କରିଥିଲେ ହେଁ ପୁଣି ଥରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଅକ୍ଷର ପଟେଲ୍ ଭଲ ବ୍ୟାଟିଂ କରି ୨୧ ବଲରୁ ୨୭ ରନ କରିଥିଲେ। ନିମ୍ନକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସ ସମ୍ଭା
ନୂଆଦିଲ୍ଲୀ: ପ୍ରଥମ ଟି-୨୦କୁ ଏକତରଫା ଜିତିଥିବା ଭାରତ ଦ୍ଵିତୀୟ ମୁକାବିଲାରେ ବ୍ୟାଟରମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ଦଳ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୨୪ ରନ କରିଛି। ସିରିଜ୍ ବରାବର ପାଇଁ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୨୫ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୯ ରନ କରିଥିବା ବେଳେ ଅକ୍ଷର ପଟେଲ୍ ୨୭ ରନ କରିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଦଳ ଖାତା ଖୋଲିବା ପୂର୍ବରୁ ଗତ ମ୍ୟାଚ୍ର ଶତକ ହାସଲକାରୀ ସଞ୍ଜୁ ସାମସନ(୦) ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା(୪) ପୁଣି ଥରେ ନିରାଶ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୪) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୧୫ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଭାରତ ଇନିଂସକୁ କିଛି ସମୟ ତିଳକ ବର୍ମା ଓ ଅକ୍ଷର ପଟେଲ୍ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୩୦ ରନ ଯୋଡ଼ିଥିଲେ। ଏହା ପରେ ଭାରତ ପୁଣି ନିୟମିତ ଓ୍ଵିକେଟ୍ ହରାଇଥିଲା। ତିଳକ ବର୍ମା ୨୦ ରନ କରିଥିଲେ ହେଁ ପୁଣି ଥରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।
ଅକ୍ଷର ପଟେଲ୍ ଭଲ ବ୍ୟାଟିଂ କରି ୨୧ ବଲରୁ ୨୭ ରନ କରିଥିଲେ। ନିମ୍ନକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସ ସମ୍ଭାଳିଥିଲେ। ରିଙ୍କୁ ସିଂ(୯) ପୁଣି ବିଫଳ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ବୋଲରମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାପଚୁପ ବୋଲିଂ କରି ଭାରତୀୟ ବ୍ୟାଟରମାନଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇ ନ ଥିଲେ। ଶେଷରେ ଭାରତ ୬ ଓ୍ଵିକେଟ୍ ହରାଇ ୧୨୪ ରନ କରି ପାରିଛି। ଅର୍ଶଦୀପ ସିଂ ୭ ରନ କରି କ୍ରିଜରେ ଥିଲେ।