ଦକ୍ଷିଣ କଲିକତା ଲ କଲେଜ କ୍ୟାମ୍ପସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : କୋଲକାତାରେ ପୁଣି ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାର ରିପିଟ। କୋଲକାତା... The post ଦକ୍ଷିଣ କଲିକତା ଲ କଲେଜ କ୍ୟାମ୍ପସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ appeared first on .

ଦକ୍ଷିଣ କଲିକତା ଲ କଲେଜ କ୍ୟାମ୍ପସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : କୋଲକାତାରେ ପୁଣି ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାର ରିପିଟ। କୋଲକାତା ସ୍ଥିତ ଏକ ଆଇନ ମହାବିଦ୍ୟାଳୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଜଣେ ଷ୍ଟାଫ ଓ ୨ ଛାତ୍ରଙ୍କୁ ଗିରଫ କରାଯାଇଛି। ୩ ଅଭିଯୁକ୍ତଙ୍କୁ ୫ ଦିନ ଲାଗି ଅର୍ଥାତ ଜୁଲାଇ ୧ ତାରିଖ ଯାଏ ପୋଲିସ ହେପାଜତକୁ ନିଆଯାଇଛି। ଷ୍ଟାଫ ଜଣକ ଶାସକ ଟିଏମସିର ଜଣେ ନେତା ବୋଲି କୁହାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଉପସ୍ଥିତ ରହି ତନାଘନା କରିଛି।

ଅଭିଯୋଗ ଅନୁସାରେ ଗତ ବୁଧବାର ରାତି ୭ଟା ୩୦ରୁ ରାତି ୧୦.୫୦ ମଧ୍ୟରେ ଦକ୍ଷିଣ କଲିକତା ଲ କଲେଜର କ୍ୟାମ୍ପସରେ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା। ୨୪ ବର୍ଷ ବୟସ୍କା ମହିଳାଜଣକ ପରୀକ୍ଷା ସଂକ୍ରାନ୍ତ କାରଣ ନେଇ କଲେଜକୁ ଆସିଥିଲେ। ତେବେ କଲେଜର ଗାର୍ଡ ରୁମରେ ଅଭିଯୁକ୍ତମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ହେଲେ ଟିଏମସି ନେତା ମନୋଜିତ ମିଶ୍ର, ଦୁଇ ଛାତ୍ର ଜାଇବ ଅହମ୍ମଦ ଓ ପ୍ରମିତ ମୁଖାର୍ଜୀ।

ସେପଟେ ଯୁବତୀ ଅଭିଯୋଗ କରିଛନ୍ତି- ମନୋଜିତ ତାଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ। ମାତ୍ର ପ୍ରସ୍ତାବ ଅଗ୍ରାହ୍ୟ କରିବା ପରେ ସେ ସାଂଗମାନଙ୍କୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ରାଜ୍ଯ ରାଜନୀତି ପୁଣି ଚଳଚଞ୍ଚଳ ହୋଇଛି। କୋଲକାତା ପୋଲିସ ଉପରେ ବର୍ଷିଛନ୍ତି ବିରୋଧୀ। ସେପଟେ ଏହି ଘଟଣାକୁ ନେଇ ପୁଣି ଥରେ ଅଶାନ୍ତ ହୋଇଛି କୋଲକାତା। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କରାଯାଇଛି ବିକ୍ଷୋଭ ଓ ପ୍ରତିବାଦ।

The post ଦକ୍ଷିଣ କଲିକତା ଲ କଲେଜ କ୍ୟାମ୍ପସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ appeared first on .