ଦକ୍ଷିଣ କୋରିଆର ଲେଖିକା ହାନ୍ କାଙ୍ଗ୍‌ଙ୍କୁ ମିଳିବ ସାହିତ୍ୟରେ ନୋବେଲ୍‌ ପୁରସ୍କାର

ସ୍ବିଡେନ: ଦକ୍ଷିଣ କୋରିଆର ପ୍ରଖ୍ୟାତ ଲେଖିକା ହାନ୍ କାଙ୍ଗ୍‌ଙ୍କୁ ୨୦୨୪ର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଐତିହାସିକ ଆଘାତର ସମ୍ମୁଖୀନ ହେଉଥିବା ମାନବ ଜୀବନର ଅସହାୟତାକୁ ଉନ୍ମୋଚନ କରୁଥିବା ତାଙ୍କର କାବ୍ୟ ଗଦ୍ୟ ପାଇଁ ରୟାଲ ସୁଇଡିସ୍‌ ଏକାଡେମି ଅଫ୍‌ ସାଇନ୍ସ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସମକାଳୀନ ସାହିତ୍ୟରେ କାଙ୍ଗ୍‌ଙ୍କ ପ୍ରଭାବଶାଳୀ ଅବଦାନକୁ ଦୃଷ୍ଟିରେ ରଖି ନୋବେଲ କମିଟି ଏହି ନିଷ୍ପତ୍ତି ନେଇଛି। ୧୯୭୦ ମସିହାରେ […]

ଦକ୍ଷିଣ କୋରିଆର ଲେଖିକା ହାନ୍ କାଙ୍ଗ୍‌ଙ୍କୁ ମିଳିବ ସାହିତ୍ୟରେ ନୋବେଲ୍‌ ପୁରସ୍କାର

ସ୍ବିଡେନ: ଦକ୍ଷିଣ କୋରିଆର ପ୍ରଖ୍ୟାତ ଲେଖିକା ହାନ୍ କାଙ୍ଗ୍‌ଙ୍କୁ ୨୦୨୪ର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଐତିହାସିକ ଆଘାତର ସମ୍ମୁଖୀନ ହେଉଥିବା ମାନବ ଜୀବନର ଅସହାୟତାକୁ ଉନ୍ମୋଚନ କରୁଥିବା ତାଙ୍କର କାବ୍ୟ ଗଦ୍ୟ ପାଇଁ ରୟାଲ ସୁଇଡିସ୍‌ ଏକାଡେମି ଅଫ୍‌ ସାଇନ୍ସ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସମକାଳୀନ ସାହିତ୍ୟରେ କାଙ୍ଗ୍‌ଙ୍କ ପ୍ରଭାବଶାଳୀ ଅବଦାନକୁ ଦୃଷ୍ଟିରେ ରଖି ନୋବେଲ କମିଟି ଏହି ନିଷ୍ପତ୍ତି ନେଇଛି। ୧୯୭୦ ମସିହାରେ ଦକ୍ଷିଣ କୋରିଆର ଗ୍ୱାଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିବା ହାନ୍‌ କାଙ୍ଗ ନଅ ବର୍ଷ ବୟସରେ ସିଓଲ ଚାଲି ଆସିଥିଲେ । ସୂଚନାଯୋଗ୍ୟ, କାଙ୍ଗ୍‌ ଏକ ସାହିତ୍ୟିକ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ତାଙ୍କ ପିତା ମଧ୍ୟ ଜଣେ ପ୍ରସିଦ୍ଧ ଔପନ୍ୟାସିକ । ହାନ୍‌ କାଙ୍ଗ୍‌ ଜଣେ ସୁନାମଧନ୍ୟ ଲେଖକ ଭାବରେ ସାହିତ୍ୟ ଜଗତ ସହିତ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଗଭୀର ରୁଚି ରଖନ୍ତି, ଯାହାର ପ୍ରଭାବ ପ୍ରାୟତଃ ତାଙ୍କର ରଚନାର ପ୍ରତିଫଳନ ଭାବରେ ଦେଖାଯାଏ । ହାନ୍‌ କାଙ୍ଗ୍‌ ୧୯୯୩ ମସିହାରେ ‘ଲିଟର୍‌ଚର ଆଣ୍ଡ୍‌ ସୋସାଇଟି’ (ସାହିତ୍ୟ ଓ ସମାଜ) ପତ୍ରିକାରେ ଅନେକ କବିତା ପ୍ରକାଶ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ ମସିହାରେ କ୍ଷୁଦ୍ରଗଳ୍ପ ସଂକଳନ ‘ଲଭ୍ ଅଫ୍ ୟେଓସୁ’ ଜରିଆରେ ତାଙ୍କର ପ୍ରଥମ ପଦାର୍ପଣ ହୋଇଥିଲା ଏବଂ ଏହାପରେ ଉଭୟ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ସେ ଅନେକ ପ୍ରସିଦ୍ଧି ଲାଭ କରିଥିଲେ।