ଦକ୍ଷିଣମୋଡ଼ ନେଲା ନନ୍ଦିଘୋଷ, ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ପୁରୀ ୧୩।୦୭:  ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରରେ ବିଜେ ପରେ ଶ୍ରୀମନ୍ଦିରକୁ ବାହୁଡ଼ିବ ପାଇଁ ମନ ବଳାଇଛନ୍ତି ମହାପ୍ରଭୁ। ଶୁକ୍ରବାର ତାଳଧ୍ବଜ ଏବଂ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ରାତି ହୋଇଯିବା ସିଂହଦ୍ବାର ସମ୍ମୁଖ ଅଟକି ରହିଥିଲା ନନ୍ଦିଘୋଷ ରଥ।  ଶନିବାର ସକାଳୁ ମହାପ୍ରଭଙ୍କୁ ଜଗନ୍ନାଥ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ସକାଳୁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା। ଘଣ୍ଟର ତାଳେ ତାଳେ ଘର ଘର ନାଦରେ ଗଡିଥିଲା ନନ୍ଦିଘୋଷ। ଶରଧାବାଳିରେ ଭକ୍ତ ଏବଂ ପୋଲିସ ବାହିନୀ ରଥକୁ ଟାଣି  ଦକ୍ଷିଣ ମୋଡ କରାଇଥିଲେ।ତେବେ ବର୍ତ୍ତମାନ ତିନି ରଥକୁ ନାକଚଣା ଦ୍ୱାରରେ ଦଣ୍ଡାୟମାନ ହୋଇଛି। ୧୫ ତାରିଖ ଅର୍ଥାତ ସୋମବାର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହ ଆଡ଼ପମଣ୍ଡପରୁ ପହଣ୍ଡି ହୋଇ ଆସି ରଥାରୁଢ ହେବେ । ଏହାପରେ ଭକ୍ତ ଓ ସେବକଙ୍କ ଗହଣରେ ବଡ଼ଦେଉଳ ଅଭିମୁଖେ ଠାକୁରେ ଯାତ୍ରା କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  

ଦକ୍ଷିଣମୋଡ଼ ନେଲା ନନ୍ଦିଘୋଷ, ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ପୁରୀ ୧୩।୦୭:  ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରରେ ବିଜେ ପରେ ଶ୍ରୀମନ୍ଦିରକୁ ବାହୁଡ଼ିବ ପାଇଁ ମନ ବଳାଇଛନ୍ତି ମହାପ୍ରଭୁ। ଶୁକ୍ରବାର ତାଳଧ୍ବଜ ଏବଂ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା। ରାତି ହୋଇଯିବା ସିଂହଦ୍ବାର ସମ୍ମୁଖ ଅଟକି ରହିଥିଲା ନନ୍ଦିଘୋଷ ରଥ।  ଶନିବାର ସକାଳୁ ମହାପ୍ରଭଙ୍କୁ ଜଗନ୍ନାଥ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ସକାଳୁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା। ଘଣ୍ଟର ତାଳେ ତାଳେ ଘର ଘର ନାଦରେ ଗଡିଥିଲା ନନ୍ଦିଘୋଷ। ଶରଧାବାଳିରେ ଭକ୍ତ ଏବଂ ପୋଲିସ ବାହିନୀ ରଥକୁ ଟାଣି  ଦକ୍ଷିଣ ମୋଡ କରାଇଥିଲେ।


ତେବେ ବର୍ତ୍ତମାନ ତିନି ରଥକୁ ନାକଚଣା ଦ୍ୱାରରେ ଦଣ୍ଡାୟମାନ ହୋଇଛି। ୧୫ ତାରିଖ ଅର୍ଥାତ ସୋମବାର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହ ଆଡ଼ପମଣ୍ଡପରୁ ପହଣ୍ଡି ହୋଇ ଆସି ରଥାରୁଢ ହେବେ । ଏହାପରେ ଭକ୍ତ ଓ ସେବକଙ୍କ ଗହଣରେ ବଡ଼ଦେଉଳ ଅଭିମୁଖେ ଠାକୁରେ ଯାତ୍ରା କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।