ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଛନ୍ତି। ମାଓବାଦୀ ଜଣକ ଛତିଶଗଡ଼ ସୁକୁମା ଜିଲାର କିଷ୍ଟାରାମ ପଞ୍ଚାୟତ ମଙ୍ଗଳଗୁଡା ଗ୍ରାମର ସମୟ ମାଡକାମ ଓରଫ ନରେଶ ଓରଫ ରୁପେଶ ଓରଫ ପୁନିତ। ସେ ସଂଗନରେ ଡିଭିଜିନାଲ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ ବୋଲି ଦକ୍ଷିଣାଞ୍ଚଳ ଆଇଜି ପଙ୍କଜ ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ […] The post ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ appeared first on Dharitri Odia News.

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଛନ୍ତି। ମାଓବାଦୀ ଜଣକ ଛତିଶଗଡ଼ ସୁକୁମା ଜିଲାର କିଷ୍ଟାରାମ ପଞ୍ଚାୟତ ମଙ୍ଗଳଗୁଡା ଗ୍ରାମର ସମୟ ମାଡକାମ ଓରଫ ନରେଶ ଓରଫ ରୁପେଶ ଓରଫ ପୁନିତ। ସେ ସଂଗନରେ ଡିଭିଜିନାଲ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ ବୋଲି ଦକ୍ଷିଣାଞ୍ଚଳ ଆଇଜି ପଙ୍କଜ ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମୟ ଓରଫ ପୁନିଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା, ସେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ମାଓବାଦୀମାନେ ତାଙ୍କୁ ନେଇ ଯାଇଥିଲେ। ହେଲେ ତାଙ୍କୁ ଅନେକ ସମୟରେ ନିର୍ଯାତନା ଦିଆଯାଉଥିଲା। ଏପରିକି ମହିଳା ମାଓବାଦୀମାନଙ୍କୁ ଯୌନ ଶୋଷଣ, ଚାନ୍ଦା ଆଦାୟ କରିବା ସହ ଯୁବତୀଯୁବକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଂଗଠନରେ ସାମିଲ କରିବା ଆଦି କାର୍ଯ୍ୟ ଦେଖି ସେ ଅତିଷ୍ଠ ହୋଇ ପଡିଥିଲେ ା ଏଥିରେ ସେ ବୀତସ୍ପୃହ ହୋଇ ସଂଗଠନ ଛାଡି ରାଜ୍ୟ ସରକାରଙ୍କ ଥଇଥାନ ନୀତିରେ ସାମିଲ ହେବାକୁ ନିଷ୍ପତି ନେଇଥିବା ଆଇଜି ପଙ୍କଜ ପ୍ରକାଶ କରିଛନ୍ତି।

ଆତ୍ମସମର୍ପଣ ପରେ ସରକାରଙ୍କ ସମସ୍ତ ଥଇଥାନ ନୀତି ଅନୁସାରେ ତାଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ଆଇଜି ପଙ୍ଗଜ କହିଛନ୍ତି। ମାଓବାଦୀମାନେ ଗଞ୍ଜେଇ କାରବାରରେ ସାମିଲ ରହୁଛନ୍ତି। ଏପରି କି ସେମାନେ ଗଂଜେଇ ଚାଷ କରୁଥିବା ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଖରୁ ମଧ୍ୟ ମୋଟା ଅଙ୍କର ଚାନ୍ଦା ନେଉଛନ୍ତି ବୋଲି ସୂଚନା ଦେଇଛନ୍ତି।

ଆଗକୁ ନିର୍ବାଚନ। ଏଥିପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ମାଓବାଦୀ ପ୍ରବଣ ଅଞ୍ଚଳରେ ପ୍ରାର୍ଥୀମାନେ ପ୍ରଚାର କରିବାକୁ ଗଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି ବୋଲି କନ୍ଧମାଳ ଏସ୍‌ପି କହିଛନ୍ତି।

The post ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ appeared first on Dharitri Odia News.