ଏମାନଙ୍କ ଖାତାକୁ ଗଲା ଟଙ୍କା, ଶୀଘ୍ର ଚେକ୍‌ କରନ୍ତୁ…

ଭୁବନେଶ୍ୱର,୮।୧୨: ଖାତାକୁ ଗଲା ଟଙ୍କା। ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରିଛନ୍ତି ମୋହନ ସରକାର। ଚାଷୀଙ୍କ ଖାତାକୁ ଆସିଛି ୮୦୦ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ସରକାରଙ୍କ ୨୩୦୦ MSP ସହ ୮୦୦ ଇନପୁଟ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଚାଷୀଙ୍କୁ ଧାନର ଇନ୍‌ପୁଟ ସହାୟତା ରାଶି […] The post ଏମାନଙ୍କ ଖାତାକୁ ଗଲା ଟଙ୍କା, ଶୀଘ୍ର ଚେକ୍‌ କରନ୍ତୁ… appeared first on Dharitri Odia News.

ଏମାନଙ୍କ ଖାତାକୁ ଗଲା ଟଙ୍କା, ଶୀଘ୍ର ଚେକ୍‌ କରନ୍ତୁ…

ଭୁବନେଶ୍ୱର,୮।୧୨: ଖାତାକୁ ଗଲା ଟଙ୍କା। ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରିଛନ୍ତି ମୋହନ ସରକାର। ଚାଷୀଙ୍କ ଖାତାକୁ ଆସିଛି ୮୦୦ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ସରକାରଙ୍କ ୨୩୦୦ MSP ସହ ୮୦୦ ଇନପୁଟ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଚାଷୀଙ୍କୁ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନ କରିଛନ୍ତି। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୩୦୦ ଟଙ୍କା ଘୋଷଣା କରିଛନ୍ତି। ଏମ୍‌ଏସ୍‌ପି ସହ ଚାଷୀଙ୍କୁ ରାଜ୍ୟ ସରକାର ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦେବେ। ରାଜ୍ୟ ସରକାର ଚାଷୀଙ୍କଠାରୁ ମୋଟ ୩୧୦୦ ଟଙ୍କାରେ ଧାନ କିଣିବେ। ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ ଜିଲାରେ ସମାବେଶ କରି ଇନ୍‌ପୁଟ ସବ୍‌ସିଡି ବଣ୍ଟନ କରାଯିବ।

The post ଏମାନଙ୍କ ଖାତାକୁ ଗଲା ଟଙ୍କା, ଶୀଘ୍ର ଚେକ୍‌ କରନ୍ତୁ… appeared first on Dharitri Odia News.