ଆକାଉଣ୍ଟକୁ ଆସିନାହିଁ କି ପିଏମ୍ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଯାଇଛି। ତେବେ ଯଦି କୌଣସି କାରଣରୁ କାହା ଆକାଉଣ୍ଟକୁ ଟଙ୍କା ଯାଇ ନ ଥାଏ ତେବେ ସେ ଅଭିଯୋଗ କରିପାରିବେ। ୧୫୫୨୬୧ ନଚେତ ୦୧୧-୨୪୩୦୦୬୦୬ ନମ୍ବର ଡାଏଲ କରି ଅଭିଯୋଗ ଦାୟର କରିହେବ। ନଚେତ ଆପଣ ପିଏମ୍ କିଶାନ ପୋର୍ଟାଲରେ ଥିବା ହେଲ୍ପଡେସ୍କକୁ ଯାଇ ନିଜର […] The post ଆକାଉଣ୍ଟକୁ ଆସିନାହିଁ କି ପିଏମ୍ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଯାଇଛି। ତେବେ ଯଦି କୌଣସି କାରଣରୁ କାହା ଆକାଉଣ୍ଟକୁ ଟଙ୍କା ଯାଇ ନ ଥାଏ ତେବେ ସେ ଅଭିଯୋଗ କରିପାରିବେ। ୧୫୫୨୬୧ ନଚେତ ୦୧୧-୨୪୩୦୦୬୦୬ ନମ୍ବର ଡାଏଲ କରି ଅଭିଯୋଗ ଦାୟର କରିହେବ। ନଚେତ ଆପଣ ପିଏମ୍ କିଶାନ ପୋର୍ଟାଲରେ ଥିବା ହେଲ୍ପଡେସ୍କକୁ ଯାଇ ନିଜର ରେଜିଷ୍ଟ୍ରେଶନ ନମ୍ବର ଏବଂ କ୍ୟାପ୍ଚା କୋର୍ଡ ଦେଇ ଅଭିଯୋଗ କରିପାରିବ। ଏହାଛଡ଼ା ଏହି ଟଙ୍କା ପାଇବା ଲାଗି କଓ୍ବୋଇସି ବହୁତ ଜରୁରୀ। କାରଣ ଯେଉଁ କୃଷକ ନିଜର କଓ୍ବୋଇସି ଏଯାବତ କରିନାହାନ୍ତି ତାଙ୍କ ଆକାଉଣ୍ଟକୁ ମଧ୍ୟ ୧୭ତମ କିସ୍ତି ଟଙ୍କା ଆସିବ ନାହିଁ।
ଏଭଳି ଉପାୟରେ ନିଜର ବାଲାନ୍ସ ଯାଞ୍ଚ କରନ୍ତୁ:
-ପ୍ରଥମେ ପିଏମ୍ କିଶାନ ପୋର୍ଟାଲ(http://pmkisan.gov.in)କୁ ଯାଆନ୍ତୁ
-ଫାର୍ମର୍ସ କର୍ନର ତଳେ ଥିବା ‘ନୋ ଇଓର ଷ୍ଟାଟସ୍’ ଅପଶନ୍କୁ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କ ସମ୍ମୁଖରେ ନୂଆ ପେଜ୍ ଖୋଲିବ। ଯେଉଁଠି ଆପଣଙ୍କ ରେଜିଷ୍ଟ୍ରେଶନ ନମ୍ବର ମଗାଯିବ।
-ଏଣୁ ସ୍କ୍ରିନର ଉପରେ ନିଜର ରେଜିଷ୍ଟେଶନ ନମ୍ବର ଜାଣନ୍ତୁ(ନୋ ଇଓର ରେଜିଷ୍ଟ୍ରେଶନ ନମ୍ବର) ଅପ୍ଶନରେ କ୍ଲିକ କରନ୍ତୁ ଏବଂ ଆଧାର କାର୍ଡରୁ ଖୋଜିବା(ସର୍ଚ୍ଚ ବାଇ ଆଧାର କାର୍ଡ) ଅଥବା ମୋବାଇଲ ଫୋନ୍ ଦ୍ୱାରା ଖୋଜିବା(ସର୍ଚ୍ଚ ବାଇ ମୋବାଇଲ ନମ୍ବର)ରୁ ଗୋଟିଏ ଅପଶନ ବାଛନ୍ତୁ।
-ଏହାପରେ ନିଜର ଆଧାର ନମ୍ବର/ମୋବାଇଲ ଏବଂ କ୍ୟାପ୍ଚା ଦେଇ ଓଟିପି ବିକଳ୍ପ ବାଛନ୍ତୁ।
-ଓଟିପି ଦେବା ପରେ ରେଜିଷ୍ଟ୍ରୋଶନ ନମ୍ବର ମିଳିଯିବ। ଏହା ପୁନର୍ବାର ନୂଆ ପେଜକୁ ଯାଇ ‘ନୋ ଇଓର ଷ୍ଟାଟସ୍’ ବିକଳ୍ପ ବାଛନ୍ତୁ। ଏହା ପରେ ରେଜିଷ୍ଟର୍ଡ ନମ୍ବରରେ ଓଟିପି ଆସିବ। ଏହାକୁ ଦେବା ପରେ ନିଜର ବାଲାନ୍ସ ସ୍କ୍ରିନରେ ନଜର ଆସିବ।
The post ଆକାଉଣ୍ଟକୁ ଆସିନାହିଁ କି ପିଏମ୍ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ… appeared first on Dharitri Odia News.