ହାରିଗଲେ ଲକ୍ଷ୍ୟ ସେନ୍: ଏବେ ବି ରହିଛି ପଦକ ସୁଯୋଗ
ପ୍ୟାରିସ୍,୪।୮: ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ବିପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ହାରିଯାଇଛନ୍ତି। ଏହି ମ୍ୟାଚରେ ଲକ୍ଷ୍ୟ ଏକ ଚମତ୍କାର ଆରମ୍ଭ କରିଥିଲେ, କିନ୍ତୁ ଆକ୍ସେଲସେନ ଉଭୟ ଗେମ୍ରେ ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିଥିଲେ ଏବଂ ସେ ଲକ୍ଷ୍ୟଙ୍କୁ ୨୨-୨୦, ୨୧-୧୪ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରୁ ବାଦ ପଡିଥିବାରୁ ଲକ୍ଷ୍ୟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ ମଧ୍ୟ ତାଙ୍କୁ ବ୍ରୋଞ୍ଜ […] The post ହାରିଗଲେ ଲକ୍ଷ୍ୟ ସେନ୍: ଏବେ ବି ରହିଛି ପଦକ ସୁଯୋଗ appeared first on Dharitri Odia News.
ପ୍ୟାରିସ୍,୪।୮: ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ବିପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ହାରିଯାଇଛନ୍ତି। ଏହି ମ୍ୟାଚରେ ଲକ୍ଷ୍ୟ ଏକ ଚମତ୍କାର ଆରମ୍ଭ କରିଥିଲେ, କିନ୍ତୁ ଆକ୍ସେଲସେନ ଉଭୟ ଗେମ୍ରେ ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିଥିଲେ ଏବଂ ସେ ଲକ୍ଷ୍ୟଙ୍କୁ ୨୨-୨୦, ୨୧-୧୪ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରୁ ବାଦ ପଡିଥିବାରୁ ଲକ୍ଷ୍ୟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ ମଧ୍ୟ ତାଙ୍କୁ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ରହିଛି। ଅଲିମ୍ପିକ ସେମିଫାଇନାଲ ମ୍ୟାଚ ଖେଳିଥିବା ଲକ୍ଷ୍ୟ ସେନ ହେଉଛନ୍ତି ପ୍ରଥମ ଭାରତୀୟ ପୁରୁଷ ଏକକ ଖେଳାଳି। ଏହି ମ୍ୟାଚ ଜିତି ଭାରତ ପାଇଁ ପଦକ ନିଶ୍ଚିତ କରିବାକୁ ତାଙ୍କୁ ଏକ ସୁଯୋଗ ମିଳିଥିଲା, କିନ୍ତୁ ସେ ତାହା କରିପାରି ନ ଥିଲେ। ବର୍ତ୍ତମାନ ଲକ୍ଷ୍ୟ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ବ୍ରୋଞ୍ଜ ପଦକ ପାଇଁ ଲକ୍ଷ୍ମୀ ମାଲେସିଆର ସପ୍ତମ ସିଡ ଜିଆ ଜୀ ଲିଙ୍କୁ ଭେଟିବେ। ସୋମବାର ବ୍ରୋଞ୍ଜ ପାଇଁ ଦୁଇ ଖେଳାଳିଙ୍କ ମଧ୍ୟରେ ଲଢେଇ ହେବ।
The post ହାରିଗଲେ ଲକ୍ଷ୍ୟ ସେନ୍: ଏବେ ବି ରହିଛି ପଦକ ସୁଯୋଗ appeared first on Dharitri Odia News.