କାନ ଧରି କ୍ଷମା ମାଗିଲେ ବିରାଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୪: ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡ଼ିଆରେ ଅଛନ୍ତି ତେବେ ପରିବେଶ ଜମି ଯିବା ନିଶ୍ଚିତ। ଆଇପିଏଲ ୨୦୨୪ରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ହାଇ ସ୍କୋରର ମ୍ୟାଚ ଖେଳାଯାଇଥିଲା। ଲିଗ ର ୨୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୨୭ ଟି ବଲ ବାକି ରହି ସାତୋଟି ଉଇକେଟରେ ଆରସିବିକୁ ପରାସ୍ତ କରିଛି । ଏହି ମ୍ୟାଚରେ ଅନେକ ଚୌକା ଓ ଛକା […] The post କାନ ଧରି କ୍ଷମା ମାଗିଲେ ବିରାଟ: ଭିଡିଓ ଭାଇରାଲ appeared first on Dharitri Odia News.

କାନ ଧରି କ୍ଷମା ମାଗିଲେ ବିରାଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୪: ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡ଼ିଆରେ ଅଛନ୍ତି ତେବେ ପରିବେଶ ଜମି ଯିବା ନିଶ୍ଚିତ। ଆଇପିଏଲ ୨୦୨୪ରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ହାଇ ସ୍କୋରର ମ୍ୟାଚ ଖେଳାଯାଇଥିଲା। ଲିଗ ର ୨୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୨୭ ଟି ବଲ ବାକି ରହି ସାତୋଟି ଉଇକେଟରେ ଆରସିବିକୁ ପରାସ୍ତ କରିଛି ।

ଏହି ମ୍ୟାଚରେ ଅନେକ ଚୌକା ଓ ଛକା ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା, ତ ଅନ୍ୟପକ୍ଷେ ପଡିଆ ଭିତରେ ଦର୍ଶକ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଳିଆ ବାର୍ତ୍ତାଳାପ ହୋଇଥିଲା।
ମ୍ୟାଚ ମଝିରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ୱାନଖେଡେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ – କୋହଲିଙ୍କୁ ବୋଲିଂ ଦିଅ… କୋହଲିଙ୍କୁ ବୋଲିଂ ଦିଅ…। ସେତେବେଳେ ବିରାଟ କୋହଲି ବାଉଣ୍ଡରି ଲାଇନ ଆଡକୁ ଦୌଡୁଥିଲେ। ଏହି ସ୍ଲୋଗାନ ଶୁଣି କୋହଲି ହସିଲେ ଏବଂ ଏହା ନ କରିବାକୁ କାନ ଧରି କ୍ଷମା ମାଗିବାକୁ ଲାଗିଲେ।
ବିରାଟ କୋହଲି ଦର୍ଶକଙ୍କୁ କ୍ଷମା ମାଗୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଆରସିବି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ବୋଲର ବ୍ୟବହାର କରିଥିଲା ଏବଂ ସମସ୍ତଙ୍କ ଇକନୋମି ୧୦ରୁ ଅଧିକ ଥିଲା। ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନମାନେ ଆରସିବିର ବୋଲରମାନଙ୍କୁ କଡା ଜବାବ ଦେଇଥିଲେ ଏବଂ ମାତ୍ର ୧୫.୩ ଓଭରରେ ତିନୋଟି ୱିକେଟ ହରାଇ ୧୯୭ରନ ଆବଶ୍ୟକ ଲକ୍ଷ୍ୟ ହାସଲ କରିଥିଲେ।

The post କାନ ଧରି କ୍ଷମା ମାଗିଲେ ବିରାଟ: ଭିଡିଓ ଭାଇରାଲ appeared first on Dharitri Odia News.