ବର୍ଷା ୪ ମାସରେ ରାସ୍ତାରେ ଗଡ଼େନା ଆମ୍ବୁଲାନ୍ସ
ମହାକାଳପଡ଼ା,୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗହଳି ବିକାଶ ପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ ବରାଦ କରାଯାଇଛି। ବର୍ଷା ପାଣିରେ ରାସ୍ତା କାଦୁଅ ଯୋଗୁ ପଡ଼ାକୁ ପଶି ପାରେନା ୧୦୮ ଆମ୍ବୁଲାନ୍ସ। ଫଳରେ ବର୍ଷା ୪ ମାସ ରୋଗୀ ଓ ଗର୍ଭବତୀ ଦୋଳା ଭାରରେ ବୁହା ହୋଇ ମେଡ଼ିକାଲକୁ ଯିବାକୁ ପଡ଼େ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା […] The post ବର୍ଷା ୪ ମାସରେ ରାସ୍ତାରେ ଗଡ଼େନା ଆମ୍ବୁଲାନ୍ସ appeared first on Dharitri Odia News.
ମହାକାଳପଡ଼ା,୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗହଳି ବିକାଶ ପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ ବରାଦ କରାଯାଇଛି। ବର୍ଷା ପାଣିରେ ରାସ୍ତା କାଦୁଅ ଯୋଗୁ ପଡ଼ାକୁ ପଶି ପାରେନା ୧୦୮ ଆମ୍ବୁଲାନ୍ସ। ଫଳରେ ବର୍ଷା ୪ ମାସ ରୋଗୀ ଓ ଗର୍ଭବତୀ ଦୋଳା ଭାରରେ ବୁହା ହୋଇ ମେଡ଼ିକାଲକୁ ଯିବାକୁ ପଡ଼େ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବାରଡାଙ୍ଗ ପଞ୍ଚାୟତର ବାହାର ଶୁବଳା ଗ୍ରାମର ଏକ ନଂ. ୱାର୍ଡବାସୀ ୩୫ ପରିବାରର ଦୁଃଖ ଦୁର୍ଦ୍ଦଶା। ପଡ଼ାର ମହିଳାମାନେ ଆଣ୍ଠୁଏ କାଦୁଅ ରାସ୍ତାରେ ପଶି ନଳକୂପରୁ ପାଣି ନେଉଥିବା ଦେଖିବାକୁ ମିଳୁଛି। ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ପାଇଁ କାଦୁଅ ରାସ୍ତାରେ ପଶି ବିଦ୍ୟାଳୟକୁ ଯାଇଥାନ୍ତି। ଫଳରେ ଥଣ୍ଡା ଜ୍ୱରରେ ପୀଡ଼ିତ ହେଇଥିବା ଅଭିଯୋଗ କରିଛନ୍ତି। ଚାଷ ଜମିକୁ ଟ୍ରାକ୍ଟର ଯିବା ଆସିବା ଯୋଗୁ ରାସ୍ତା ଗଭୀର ହେଉଛି। ଏଥିଯୋଗୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଏକ ନମ୍ବର ୱାର୍ଡ ଲୋକମାନେ ବହୁବାର ପ୍ରଶାସନ ଓ ପଞ୍ଚାୟତକୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସୁବାସ ମଲିକ, ମିଟି ବେହେରା, ମିନତି ସ୍ବାଇଁ ଓ ଅନିତା ମଲିକଙ୍କ ସମେତ ୱାର୍ଡବାସୀ କହିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ବର୍ଷା ଯୋଗୁ ଢଳେଇ ରାସ୍ତା ନିର୍ମାଣରେ ସମସ୍ୟା ସୃଷ୍ଟି ହେବ। ଲୋକମାନେ ବାହାରକୁ ବାହାରିବାକୁ ରାସ୍ତାରେ ମୋରମ ବାଲି ଓ ଡଷ୍ଟ ଗୁଣ୍ଡ ବିଛେଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
The post ବର୍ଷା ୪ ମାସରେ ରାସ୍ତାରେ ଗଡ଼େନା ଆମ୍ବୁଲାନ୍ସ appeared first on Dharitri Odia News.