ଆଖିରେ ଆଖିଏ ଲୁହ, ଛାତି ତଳେ ମେଞ୍ଚାଏ କୋହ, କନ୍ଦାଇ ଦେଲେ ଭିନେଶ

ନୂଆଦିଲ୍ଲୀ,୧୭।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଶନିବାର ସକାଳେ ସ୍ବଦେଶ ଫେରିଛନ୍ତି। ପ୍ୟାରିସରୁ ଫେରିଥିବା ଭିନେଶଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଉତ୍ସାହର ସହିତ ସ୍ବାଗତ କରାଯାଇଥିଲା। ତାଙ୍କୁ ସମର୍ଥନ କରିବାକୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଆସିଥିଲେ। ଏହି ସମୟରେ ସାକ୍ଷୀ ମଲିକ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ। ନିଜ ପ୍ରିୟଜନଙ୍କ ପାଖକୁ ଫେରିବା ପରେ ଭିନେଶ ତାଙ୍କ ଲୁହକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଭାବପ୍ରବଣ ହୋଇଥିଲେ। ଭିନେଶ ବର୍ତ୍ତମାନ ଦିଲ୍ଲୀରୁ ସିଧାସଳଖ ତାଙ୍କ ଗାଁ ବାଲାଲି ଯିବେ। […] The post ଆଖିରେ ଆଖିଏ ଲୁହ, ଛାତି ତଳେ ମେଞ୍ଚାଏ କୋହ, କନ୍ଦାଇ ଦେଲେ ଭିନେଶ appeared first on Dharitri Odia News.

ଆଖିରେ ଆଖିଏ ଲୁହ, ଛାତି ତଳେ ମେଞ୍ଚାଏ କୋହ, କନ୍ଦାଇ ଦେଲେ ଭିନେଶ

ନୂଆଦିଲ୍ଲୀ,୧୭।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଶନିବାର ସକାଳେ ସ୍ବଦେଶ ଫେରିଛନ୍ତି। ପ୍ୟାରିସରୁ ଫେରିଥିବା ଭିନେଶଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଉତ୍ସାହର ସହିତ ସ୍ବାଗତ କରାଯାଇଥିଲା। ତାଙ୍କୁ ସମର୍ଥନ କରିବାକୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଆସିଥିଲେ। ଏହି ସମୟରେ ସାକ୍ଷୀ ମଲିକ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ। ନିଜ ପ୍ରିୟଜନଙ୍କ ପାଖକୁ ଫେରିବା ପରେ ଭିନେଶ ତାଙ୍କ ଲୁହକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଭାବପ୍ରବଣ ହୋଇଥିଲେ। ଭିନେଶ ବର୍ତ୍ତମାନ ଦିଲ୍ଲୀରୁ ସିଧାସଳଖ ତାଙ୍କ ଗାଁ ବାଲାଲି ଯିବେ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ତାଙ୍କ ଗାଁ ବାଲାଲିକୁ ଫେରିବା ନେଇ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି।
ଏହି ସମୟରେ, ଭିନେଶଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ସେ ଏହି ମୁହୂର୍ତ୍ତରେ ବହୁତ ଭାବପ୍ରବଣ ହୋଇଥିଲେ। ସେ ସାକ୍ଷି ମଲିକଙ୍କୁ ଆଲିଙ୍ଗନ କରିବା ସମୟରେ କାନ୍ଦିବା ଆରମ୍ଭ କରିଥିଲେ।
ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭିନେଶ ଏକ ଖୋଲା କାରରେ ଅଛନ୍ତି, ଯେଉଁଠାରେ ସେ ଲୁହ ପୋଛିଥିବାର ନଜର ଆସିଛନ୍ତି। ସାକ୍ଷୀ ଏବଂ ବଜରଙ୍ଗ ମଧ୍ୟ ଭିନେଶଙ୍କୁ ସମର୍ଥନ କରିବା ପାଇଁ ସେଠାରେ ଠିଆ ହୋଇଥିଲେ। ଫେରିବା ପରେ ଭିନେଶ କହିଛନ୍ତି, ସମଗ୍ର ଦେଶବାସୀଙ୍କୁ ଅନେକ ଧନ୍ୟବାଦ। ମୁଁ ବହୁତ ଭାଗ୍ୟବାନ।

The post ଆଖିରେ ଆଖିଏ ଲୁହ, ଛାତି ତଳେ ମେଞ୍ଚାଏ କୋହ, କନ୍ଦାଇ ଦେଲେ ଭିନେଶ appeared first on Dharitri Odia News.