‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’
କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତି ଲାଭ କରୁଛି । ଅନ୍ୟପକ୍ଷେ କେନ୍ଦୁଝର ଜିଲାରେ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ, ଜିଲା ପ୍ରଶାସନ ଆନୁକୁଲ୍ୟରେ ରବିବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ସ୍ଥାନୀୟ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ୫୦୦ରୁ ଊର୍ଦ୍ଧ୍ୱ ସ୍ବୟଂସହାୟିକା ଗୋଷ୍ଠୀର […] The post ‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’ appeared first on Dharitri Odia News.
କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତି ଲାଭ କରୁଛି । ଅନ୍ୟପକ୍ଷେ କେନ୍ଦୁଝର ଜିଲାରେ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ, ଜିଲା ପ୍ରଶାସନ ଆନୁକୁଲ୍ୟରେ ରବିବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ସ୍ଥାନୀୟ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।
ପଦଯାତ୍ରାରେ ୫୦୦ରୁ ଊର୍ଦ୍ଧ୍ୱ ସ୍ବୟଂସହାୟିକା ଗୋଷ୍ଠୀର ମହିଳାମାନେ ଏବଂ କେନ୍ଦୁଝର ଅଞ୍ଚଳର ଅଙ୍ଗନବାଡି କର୍ମୀ ଯୋଗ ଦେବା ସହ ସାକ୍ଷର ଅଭିଯାନରେ ନିଜକୁ ସାମିଲ କରିଥିଲେ। ଏହି ପଦଯାତ୍ରାକୁ ଜିଲାପାଳ ବିଶାଳ ସିଂହ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୁଷଣ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଧନୁର୍ଜୟ ମହାନ୍ତ, ସଦର ବିଡ଼ିଓ ତିଳତ୍ତମା ପୃଷ୍ଟି, ଅତିରିକ୍ତ ଜିଲା ସମାଜ କଲ୍ୟାଣ ଅଧିକାରିଣୀ ସୁଧା ଗୋସ୍ବାମୀ ଓ ଜିଲା ମିଶନ ଶକ୍ତି ସଂଗଠନ ସଂଯୋଜକ ଶିଶିର ଷଡ଼ଙ୍ଗୀ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଏହି ଯୋଜନାର ଉପାଦେୟତା ବିଷୟରେ ଅବଗତ କରାଇଥିଲେ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଡିଟୋରିୟମଠାରେ ଆୟୋଜିତ ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ନାଗଭୁଷଣ କହିଥିଲେ ଯେ, ଆସନ୍ତା ୧୭ତାରିଖରୁ ଏହି ଯୋଜନା ଆରମ୍ଭ ହେବ। ଏବେ ଆବେଦନ କରିଥିବା ମହିଳାଙ୍କଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଧନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। ଏହି ଯୋଜନାକୁ ବ୍ଲକ, ପଞ୍ଚାୟତ, ଗାଁସ୍ତରରେ ବ୍ୟାପକ ସଚେତନତା ରଥ ଏବଂ ବିଭିନ୍ନ ସୂଚନା, ଶିକ୍ଷା ଯୋଗାଯୋଗ ମାଧ୍ୟମରେ ସୃଷ୍ଟି କରାଯାଉଛି। ଏପରିକି ମହିଳାମାନେ ଠକାମିର ଶିକାର ନ ହେବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ନାଗଭୁଷଣ କହିଥିଲେ।
The post ‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’ appeared first on Dharitri Odia News.