ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୬ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଖଣ୍ଡା ଓ କାତିରେ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ସୋମବାର ଗୋଳନ୍ଥରା ଥାନା ପୋଲିସ ଜ୍ୱାଇଁ ଓ ଭିଣେଇ ସମେତ ଛଅ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଳବ ଗ୍ରାମର ପି. କୁରମେୟା ପାତ୍ର (୫୫), ତାଙ୍କ ଭିଣେଇ ଡି ନରସିଂମୁଲୁ ପାତ୍ର (୫୭), ତାଙ୍କ ପୁଆ ଡି. ବାଲୁ ପାତ୍ର (୨୧), ପି ରାହୁଲ ପାତ୍ର […] The post ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୬ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୬ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଖଣ୍ଡା ଓ କାତିରେ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ସୋମବାର ଗୋଳନ୍ଥରା ଥାନା ପୋଲିସ ଜ୍ୱାଇଁ ଓ ଭିଣେଇ ସମେତ ଛଅ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଳବ ଗ୍ରାମର ପି. କୁରମେୟା ପାତ୍ର (୫୫), ତାଙ୍କ ଭିଣେଇ ଡି ନରସିଂମୁଲୁ ପାତ୍ର (୫୭), ତାଙ୍କ ପୁଆ ଡି. ବାଲୁ ପାତ୍ର (୨୧), ପି ରାହୁଲ ପାତ୍ର (୨୦), ପି ଚେନ୍ଦ୍ରୟା ପାତ୍ର (୨୫), ଓପି ଅଜିତ ପାତ୍ର (୨୦) ବୋଲି ପୋଲିସ ପ୍ରେସ ରିଲିଜରେ ସୂଚନା ଦେଇଛି।
ସୂଚନା ଅନୁସାରେ, ଏହି ଥାନା ଅଧିନସ୍ଥ ରାଳବ ଗ୍ରାମର ବି ସନ୍ତୋଷ ପାତ୍ର ପରିବାର ସହ ସେହି ଗ୍ରାମର ପି. କୁରମେୟା ପାତ୍ର ପରିବାର ପୂର୍ବ ଶତ୍ରୁତା ଲାଗି ରହିଥିଲା। ଉଭୟ ପରିବାର ମଧ୍ୟ୍ୟରେ ଛକାପଞ୍ଝା ଲାଗିରହିଥିଲା। ଗତ ଶୁକ୍ରବାର ସନ୍ଧ୍ୟାରେ ଦୁବପୁଲୀ ଗ୍ରାମ ନିକଟରେ ମେଣ୍ଢା ଶାଳରେ ସନ୍ତୋଷ ଥିବା ବେଳେ କୁରମେୟା ଓ ତାଙ୍କ ଭିଣେଇ ପରିବାର ଲୋକ ମିଶି କାତି ଓ ଖଣ୍ଡାରେ ସନ୍ତୋଷକୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ଖବର ପାଇବା ପରେ ପରିବାର ଲୋକ ସେଠାରେ ପହଞ୍ଚି ଗୁରୁତର ସନ୍ତୋଷକୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଭାଇ ବି କ୍ରିଷ୍ଣା ପାତ୍ର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

The post ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୬ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.