ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ନିସ୍ତୁକ ମାଡ଼, ଭୟରେ ଅଧିକାଂଶ ଛାତ୍ର-ଛାତ୍ରୀଙ୍କୁ ଜ୍ଵର
ଦାରିଙ୍ଗବାଡି: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କୁ ନିସ୍ତୁକ ମାଡ଼ । ମାଡ଼ ଭୟରେ ଅଧିକାଂଶ ଛାତ୍ର ଛାତ୍ରୀଙ୍କୁ ଜ୍ଵର । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏହି ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପିଲା ହସିବାକୁ ନେଇ ମାଡ଼ ମରାଯିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ମାଡ଼ ଭୟରେ ଅଧିକାଂଶ ଛାତ୍ର ଛାତ୍ରୀଙ୍କୁ ଜ୍ଵର ହୋଇଛି। କ୍ରୀଡ଼ା ଶିକ୍ଷକ ବିକ୍ରମ କେଶରୀ ବେହେରା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ପାଞ୍ଚ ଜଣ ଛାତ୍ରୀ ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି।ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀଙ୍କୁ ଛାଡ଼ି ଦିଆଯାଇଛି। ସେମାନଙ୍କ ହାତ, ଜଙ୍ଘରେ ମାଡ଼ ହୋଇ ଥିବା ସ୍ଥାନରେ କଳା ଦାଗ ରହିଥିବା ନର୍ସିଂ ପଦ୍ମିନୀ ପ୍ରଧାନ କହିଛନ୍ତି। ଏ ନେଇ ଅଭିଭାବକ ମାନେ ଥାନାରେ ଶିକ୍ଷକଙ୍କ ନାମରେ ଅଭିଯୋଗ ଦେବେ ବୋଲି କହିଛନ୍ତି ଜଣେ ଛାତ୍ରୀଙ୍କ ବାପା ସମୀର ନାୟକ। ଖବର ଲେଖା ଯିବା ସୁଦ୍ଧା ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।
ଦାରିଙ୍ଗବାଡି: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କୁ ନିସ୍ତୁକ ମାଡ଼ । ମାଡ଼ ଭୟରେ ଅଧିକାଂଶ ଛାତ୍ର ଛାତ୍ରୀଙ୍କୁ ଜ୍ଵର । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏହି ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପିଲା ହସିବାକୁ ନେଇ ମାଡ଼ ମରାଯିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ମାଡ଼ ଭୟରେ ଅଧିକାଂଶ ଛାତ୍ର ଛାତ୍ରୀଙ୍କୁ ଜ୍ଵର ହୋଇଛି। କ୍ରୀଡ଼ା ଶିକ୍ଷକ ବିକ୍ରମ କେଶରୀ ବେହେରା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ପାଞ୍ଚ ଜଣ ଛାତ୍ରୀ ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି।
ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀଙ୍କୁ ଛାଡ଼ି ଦିଆଯାଇଛି। ସେମାନଙ୍କ ହାତ, ଜଙ୍ଘରେ ମାଡ଼ ହୋଇ ଥିବା ସ୍ଥାନରେ କଳା ଦାଗ ରହିଥିବା ନର୍ସିଂ ପଦ୍ମିନୀ ପ୍ରଧାନ କହିଛନ୍ତି। ଏ ନେଇ ଅଭିଭାବକ ମାନେ ଥାନାରେ ଶିକ୍ଷକଙ୍କ ନାମରେ ଅଭିଯୋଗ ଦେବେ ବୋଲି କହିଛନ୍ତି ଜଣେ ଛାତ୍ରୀଙ୍କ ବାପା ସମୀର ନାୟକ। ଖବର ଲେଖା ଯିବା ସୁଦ୍ଧା ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।