ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ

ନବରଙ୍ଗପୁର,୨।୧୧(ସଦାଶିବ ପ୍ରହରାଜ): ଜଜ୍‌ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍‌ରେ ଥାଇ ଦୁହେଁ କୋର୍ଟରେ ହାଜର ହୋଇଥିଲେ। ତେବେ ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ଏହାପରେ ଅଭିଯୁକ୍ତ ୨ଜଣ ପୋଲିସକୁ ଚକମା ଦେଇ ସେଠାରୁ ଖସି ପଳାଇଛନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଜାନୁଆରୀରେ ବ୍ଲକ୍‌ ସମ୍ମୁଖ SBI ଏଟିଏମ୍‌ରୁ ଟଙ୍କା ଲୁଟ୍ କରିଥିଲେ। ଚମ୍ପଟ୍ ମାରିଥିବା ୨ […] The post ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ appeared first on Dharitri Odia News.

ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ

ନବରଙ୍ଗପୁର,୨।୧୧(ସଦାଶିବ ପ୍ରହରାଜ): ଜଜ୍‌ଙ୍କ ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ। ଏଟିଏମ୍ ଲୁଟ୍ ମାମଲାରେ ଜାମିନ୍‌ରେ ଥାଇ ଦୁହେଁ କୋର୍ଟରେ ହାଜର ହୋଇଥିଲେ। ତେବେ ମାମଲାର ବିଚାର ପରେ କୋର୍ଟ ସେମାନଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ଏହାପରେ ଅଭିଯୁକ୍ତ ୨ଜଣ ପୋଲିସକୁ ଚକମା ଦେଇ ସେଠାରୁ ଖସି ପଳାଇଛନ୍ତି।

ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଜାନୁଆରୀରେ ବ୍ଲକ୍‌ ସମ୍ମୁଖ SBI ଏଟିଏମ୍‌ରୁ ଟଙ୍କା ଲୁଟ୍ କରିଥିଲେ। ଚମ୍ପଟ୍ ମାରିଥିବା ୨ ଦୋଷୀ ହରିୟାଣା ମେୱ।ତ ଜିଲାର ସାକିଲ ଖାନ ଓ ସାହାରୁଖ ଖାନ ବୋଲି ଜଣାପଡ଼ିଛି। ଗତ ୨୦୨୪ ଜାନୁୟାରୀ ୩୧ ତାରିଖ ବିଳମ୍ବିତ ରାତିରେ ନବରଙ୍ଗପୁର ସହର ବ୍ଲକ ଅଫିସ କାର୍ଯ୍ୟାଳୟ ନିକଟରେ ଥିବା ଏଟିଏମ’ରୁ ଲୁଟ ଘଟଣାରେ ଜଡିତ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଥିବା ତିନି ଅଭିଯୁକ୍ତଙ୍କ ସମେତ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସୋମବାର କୋର୍ଟ ତରଫରୁ ଚୂଡାନ୍ତ ଦଣ୍ଡାଦେଶ ଶୁଣାଇବା ଥିବାରୁ ସମସ୍ତେ କୋର୍ଟକୁ ଆସିଥିଲେ।

ଜେଲରେ ଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟକୁ ଆଣିଥିବା ବେଳେ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସାକିଲ ଖାନ ଓ ସାହାରୁଖ ଖାନ ନିଜେ କୋର୍ଟରେ ହାଜିର ହୋଇଥିଲେ । ତେବେ ଏହି ଘଟଣାରେ ମାନ୍ୟବର କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏ ସଜା ଶୁଣାଇଥିଲେ। କୋର୍ଟରୁ ରାୟ ଆସିବା ପରେ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସାକିଲ ଖାନ ଓ ସାହାରୁଖ ଖାନ କୋର୍ଟ ପରିସରରୁ ହିଁ ଚମ୍ପଟ ମାରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜାଖୋଜି କରୁଛି ।

The post ଦଣ୍ଡାଦେଶ ପରେ CJM କୋର୍ଟ ପରିସରରୁ ଖସି ପଳାଇଲେ ୨ ଦୋଷୀ appeared first on Dharitri Odia News.