ଦତ୍ତାତ୍ରେୟ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ପୁନଃନିର୍ବାଚିତ

ନାଗପୁର,୧୭।୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଦତ୍ତାତ୍ରେୟ ହୋସାବଲେ ଆଉ ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ଭାବେ ୨୦୨୭ ପର୍ଯ୍ୟନ୍ତ ରହିବେ। ୨୦୨୧ରୁ ଦତ୍ତାତ୍ରେୟ ଏହି ପଦବୀରେ ରହି କାର୍ଯ୍ୟ କରିଆସୁଛନ୍ତି। ସରକାର୍ଯ୍ୟବାହ ହେଉଛନ୍ତି ସଂଗଠନର କାର୍ଯ୍ୟନିର୍ବାହୀ ମୁଖ୍ୟ। ସେ ସଂଘର ସମସ୍ତ ବ୍ୟାପାର ପରିଚାଳନା କରିଥାନ୍ତି। The post ଦତ୍ତାତ୍ରେୟ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ପୁନଃନିର୍ବାଚିତ appeared first on Dharitri Odia News.

ଦତ୍ତାତ୍ରେୟ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ପୁନଃନିର୍ବାଚିତ

ନାଗପୁର,୧୭।୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଦତ୍ତାତ୍ରେୟ ହୋସାବଲେ ଆଉ ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ଭାବେ ୨୦୨୭ ପର୍ଯ୍ୟନ୍ତ ରହିବେ। ୨୦୨୧ରୁ ଦତ୍ତାତ୍ରେୟ ଏହି ପଦବୀରେ ରହି କାର୍ଯ୍ୟ କରିଆସୁଛନ୍ତି। ସରକାର୍ଯ୍ୟବାହ ହେଉଛନ୍ତି ସଂଗଠନର କାର୍ଯ୍ୟନିର୍ବାହୀ ମୁଖ୍ୟ। ସେ ସଂଘର ସମସ୍ତ ବ୍ୟାପାର ପରିଚାଳନା କରିଥାନ୍ତି।

The post ଦତ୍ତାତ୍ରେୟ ଆର୍‌ଏସ୍‌ଏସ୍‌ର ସରକାର୍ଯ୍ୟବାହ ପୁନଃନିର୍ବାଚିତ appeared first on Dharitri Odia News.