ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରୀ ପରିବହନ

ମହାକାଳପଡ଼ା, ୨୧ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ପୁରାତନ ଜମ୍ବୁ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଦଦରା ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଏହି ଘାଟ ଉପରେ ଜମ୍ବୁ ପଞ୍ଚାୟତର ୫ ହଜାର ଲୋକ ଦୈନିକ ପାର ହୋଇ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ହେଲେ ଏଠାରେ ୨ଟି ଘାଟ ଡଙ୍ଗାରେ ଲୋକେ ପାରି ହୋଇଥାନ୍ତି। ଏଥିରୁ ଗୋଟିଏ ଅଚଳ ହୋଇପଡ଼ିଛି। ଦୈନିକ ଛୋଟ ଡଙ୍ଗାରେ ୧୦ଟି ବାଇକ୍‌, ମାଲ୍‌ […] The post ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରୀ ପରିବହନ appeared first on Dharitri Odia News.

ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରୀ ପରିବହନ

ମହାକାଳପଡ଼ା, ୨୧ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ପୁରାତନ ଜମ୍ବୁ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଦଦରା ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଏହି ଘାଟ ଉପରେ ଜମ୍ବୁ ପଞ୍ଚାୟତର ୫ ହଜାର ଲୋକ ଦୈନିକ ପାର ହୋଇ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ହେଲେ ଏଠାରେ ୨ଟି ଘାଟ ଡଙ୍ଗାରେ ଲୋକେ ପାରି ହୋଇଥାନ୍ତି। ଏଥିରୁ ଗୋଟିଏ ଅଚଳ ହୋଇପଡ଼ିଛି। ଦୈନିକ ଛୋଟ ଡଙ୍ଗାରେ ୧୦ଟି ବାଇକ୍‌, ମାଲ୍‌ ଓ ଲୋକମାନେ ଯାତାୟାତ କରିଥାନ୍ତି। ହେଲେ ଯାତ୍ରୀଙ୍କ ସୁରକ୍ଷା ପାଇଁ କିଟ୍‌ ବା ଲାଇଫ ଜ୍ୟାକେଟ ନାହିଁ। ପ୍ରତିବର୍ଷ ଏହି ଘାଟରୁ ୫ ଲକ୍ଷ ୩୦ ହଜାର ଟଙ୍କାର ରାଜସ୍ବ ନିଲାମ ହେଉଛି। ନିର୍ଦ୍ଦିଷ୍ଟ ଜଣେ ଘାଟିଆକୁ ପଞ୍ଚାୟତ ପକ୍ଷରୁ ପରିଚାଳନା ଦାୟିତ୍ୱ ନିର୍ବାହ କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ଏହି ଫେରିଘାଟ ରାଜ୍ୟ ସରକାରଙ୍କ ନୂଆ ୨୦୦୪ ବୋଟ ରୁଲ ସଂଶୋଧନ ପଦ୍ଧତି କରାଯାଇଥିବାରୁ ଏଠାରେ ତାହା ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି। ନୂଆ ବୋଟ ରୁଲ ଅନୁସାରେ ଘାଟ ଡଙ୍ଗା ପଞ୍ଜୀକରଣ ପ୍ରମାଣପତ୍ର, ଘାଟିଆ ଚାଳକ ପ୍ରମାଣପତ୍ର, ବୋଟ ଧାରଣ କ୍ଷମତା ପ୍ରମାଣପତ୍ର, ଧାର୍ଯ୍ୟ ମାହାସୁଲ ପ୍ରମାଣପତ୍ର, ଲାଇଫ ଜ୍ୟାକେଟ, ପ୍ରାଥମିକ ଚିକିତ୍ସା କୀଟ, ସୂଚନା ଫଳକ ଭଳି ବ୍ୟବସ୍ଥା ନାହିଁ ବୋଲି କୁହାଯାଇଛି। ଅପରପକ୍ଷରେ ଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ନେଇ ଅଧିକ ଯାତ୍ରୀ ପାର ହେଉଛନ୍ତି। ଗୋବରୀ ନଦୀ ଶେଷ ଜମ୍ବୁ ଘାଟରେ ସାମୁଦ୍ରିକ ସ୍ରୋତ ଅଧିକ ରହୁଛି। ଫଳରେ ବର୍ଷା ଓ ଖରାଦିନେ ଅଧିକ ଢେଉ ସମ୍ଭାଳିବା ଅସମ୍ଭବ ହୋଇଥାଏ ବୋଲି ସ୍ଥାନୀୟ ଯାତ୍ରୀ କହିଛନ୍ତି। ଏ ସଂକ୍ରାନ୍ତରେ ଜମ୍ବୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିବେକାନନ୍ଦ ମଲିକଙ୍କୁ ପଚାରିବାରେ ଚଳିତ ବର୍ଷ ନିଲାମ ୫ ଲକ୍ଷ ୩୫ ହଜାର ଟଙ୍କାରେ ହୋଇଛି। ୨ଟି ଡଙ୍ଗା ମଧ୍ୟରୁ ଗୋଟିଏ ଅଚଳ ଅବସ୍ଥାରେ ରହିଛି। ଗୋଟିଏ ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଲାଇଫ ଜ୍ୟାକେଟ ପାଇଁ ବିଡିଓଙ୍କୁ ଅବଗତ କରିବୁ ବୋଲି ସେ କହିଛନ୍ତି। ସେହିପରି ବ୍ଲକର ବାହାକୁଦ ମହାନଦୀ ଫେରିଘାଟ, ବତିଘର ଟୁବି ଫେରିଘାଟ, କାଂଶପାଳ ଘାଟ, ତେରଗଁା ଘାଟ, ଚଉମୁହାଣୀ ମହାନଦୀ ଘାଟରେ ଲାଇଫ ଜ୍ୟାକେଟ ଯାତ୍ରୀଙ୍କୁ ଦିଆଯାଉନାହିଁ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ୨ ଥର ସବୁ ଘାଟ ନିଲାମଧାରୀଙ୍କୁ ଲାଇଫ ଜ୍ୟାକେଟ ବ୍ୟବାହର କରିବେ ବୋଲି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ହେଲେ ନିଲାମଧାରୀମାନେ ନୋଟିସର ୨ରୁ ୪ ଦିନ ଲାଇଫ ଜ୍ୟାକେଟ ବ୍ୟବାହର କରି ରଖି ଦେଉଛନ୍ତି ବୋଲି ସେ କହିଛନ୍ତି।

The post ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରୀ ପରିବହନ appeared first on Dharitri Odia News.