ହୋଲି ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ବର୍ଷିଲା ବିଧା-ଗୋଇଠା

ଫରିଦାବାଦ,୨୫।୩: ରବିବାର ନୂଆଦିଲ୍ଲୀର ଫରିଦାବାଦରେ ହୋଲି ମିଳନ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ନେତାମାନେ ପରସ୍ପର ସହ ସଂଘର୍ଷ କରିଥିଲେ। କଥାବାର୍ତ୍ତା ଗାଳି ଗୁଲଜରୁ ଆରମ୍ଭ ହୋଇ ଏହା ମାଡପିଟକୁ ବଢିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଅନୁଶାସନ କମିଟିର ଅଧ୍ୟକ୍ଷ ମହେନ୍ଦ୍ର ପ୍ରତାପଙ୍କ ଉପସ୍ଥିତିରେ ପୁରା ଡ୍ରାମା ଘଟୁଥିଲା। ବହୁ ମନାଇବା ପରେ ମଧ୍ୟ ଯେତେବେଳେ ମାମଲା ଶାନ୍ତ ହୋଇନଥିଲା, ଏମିତି ଘଟଣା ଦେଖି ମହେନ୍ଦ୍ର ପ୍ରତାପ ମଞ୍ଚ ଛାଡିଥିଲେ। ଏହି ମାଡପିଟର […] The post ହୋଲି ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ବର୍ଷିଲା ବିଧା-ଗୋଇଠା appeared first on Dharitri Odia News.

ହୋଲି ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ବର୍ଷିଲା ବିଧା-ଗୋଇଠା

ଫରିଦାବାଦ,୨୫।୩: ରବିବାର ନୂଆଦିଲ୍ଲୀର ଫରିଦାବାଦରେ ହୋଲି ମିଳନ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ନେତାମାନେ ପରସ୍ପର ସହ ସଂଘର୍ଷ କରିଥିଲେ। କଥାବାର୍ତ୍ତା ଗାଳି ଗୁଲଜରୁ ଆରମ୍ଭ ହୋଇ ଏହା ମାଡପିଟକୁ ବଢିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଅନୁଶାସନ କମିଟିର ଅଧ୍ୟକ୍ଷ ମହେନ୍ଦ୍ର ପ୍ରତାପଙ୍କ ଉପସ୍ଥିତିରେ ପୁରା ଡ୍ରାମା ଘଟୁଥିଲା।

ବହୁ ମନାଇବା ପରେ ମଧ୍ୟ ଯେତେବେଳେ ମାମଲା ଶାନ୍ତ ହୋଇନଥିଲା, ଏମିତି ଘଟଣା ଦେଖି ମହେନ୍ଦ୍ର ପ୍ରତାପ ମଞ୍ଚ ଛାଡିଥିଲେ। ଏହି ମାଡପିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଂଗ୍ରେସ ନେତା ସୁମିତ ଗୌର ରବିବାର ସେକ୍ଟର -୧୮ର ହୁଡା ମାର୍କେଟରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟରେ ହୋଲି ମଳନ ସମାରୋହ ଆୟୋଜନ କରିଥିଲେ।
ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ପ୍ରତାପ ମଞ୍ଚ ଉପରେ ଭାଷଣ ଦେଉଥିଲେ। ଏହି ସମୟରେ, ତିଗାଓଁର ପୂର୍ବତନ ବିଧାୟକ ଲଲିତ ନାଗର ଏହି କାର୍ଯ୍ୟକ୍ରମକୁ ଆସିଥିଲେ। ମଞ୍ଚ ସମ୍ମୁଖରେ ସୋଫାରେ ବସି ଲଲିତ ନାଗର ଏବଂ କଂଗ୍ରେସ ନେତା ମହେନ୍ଦ୍ର ଶର୍ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ମଧ୍ୟରେ ଏହି ମାମଲା ପାଟିତୁଣ୍ଡରେ ପରିଣତ ହେଲା । ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ପ୍ରତାପଙ୍କୁ କଂଗ୍ରେସର ଶୃଙ୍ଖଳା କମିଟିର ରାଜ୍ୟ ସଭାପତି କରାଯାଇଛି।

The post ହୋଲି ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି, ବର୍ଷିଲା ବିଧା-ଗୋଇଠା appeared first on Dharitri Odia News.