ଦବଙ୍ଗଗିରି ପାଇଁ ବଦଳିଲେ ଓଆଇସି
ବାଙ୍କୀ: ବାଙ୍କୀ ବୈଦେଶ୍ବରଟି ବ୍ରିଜ୍ ଉପରେ ପୋଲିସ ଦବଙ୍ଗଗିରି ଘଟଣାରେ ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି।ବଦଳିଲେ ବୈଦେଶ୍ୱର ଥାନା ଓଆଇସି ପ୍ରିୟଦର୍ଶନ ସେଠୀ। ଏସ୍ପି ଅଫିସକୁ ତାଙ୍କୁ ବଦଳି କରାଯାଇଛି ବାଇକ୍ ଚାଳକଙ୍କୁ ଉପରେ ଠିଆ ହେବା, ଆଉ ଜଣଙ୍କୁ ଆଣ୍ଠେଇବା ପାଇଁ ପ୍ରିୟଦର୍ଶନ ସେଠୀ ବଦଳି ହୋଇଛନ୍ତି। ଘଟଣା କେବେ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ନିକଟ ଅତୀତରେ ଏହି ଘଟଣା ଘଟିଥାଇ ପରେ ବୋଲି ଅନୁମାନ କରାଯାଉଛି।ରାତିରେ ଟି-ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିଲା […]

ବାଙ୍କୀ: ବାଙ୍କୀ ବୈଦେଶ୍ବରଟି ବ୍ରିଜ୍ ଉପରେ ପୋଲିସ ଦବଙ୍ଗଗିରି ଘଟଣାରେ ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି।ବଦଳିଲେ ବୈଦେଶ୍ୱର ଥାନା ଓଆଇସି ପ୍ରିୟଦର୍ଶନ ସେଠୀ। ଏସ୍ପି ଅଫିସକୁ ତାଙ୍କୁ ବଦଳି କରାଯାଇଛି ବାଇକ୍ ଚାଳକଙ୍କୁ ଉପରେ ଠିଆ ହେବା, ଆଉ ଜଣଙ୍କୁ ଆଣ୍ଠେଇବା ପାଇଁ ପ୍ରିୟଦର୍ଶନ ସେଠୀ ବଦଳି ହୋଇଛନ୍ତି।
ଘଟଣା କେବେ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ନିକଟ ଅତୀତରେ ଏହି ଘଟଣା ଘଟିଥାଇ ପରେ ବୋଲି ଅନୁମାନ କରାଯାଉଛି।ରାତିରେ ଟି-ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିଲା ବୈଦେଶ୍ୱର ଥାନା ପୁଲିସ। ଥାନା ଅଧିକାରୀ ପ୍ରିୟଦର୍ଶନ ସେଠୀ ନିଜେ ସେଠାରେ ଉପସ୍ଥିତ ଥିଲେ। ସେତିକି ବେଳେ ବାଇକ୍ରେ ଯାଉଥିବା ଦୁଇ ଯୁବକଙ୍କୁ ଅଟକାଇଥିଲେ ପ୍ରିୟଦର୍ଶନ । ସେଠାରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଓଆଇସି ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ଏ ଘଟଣା ଭାଇରଲ ହୋଇଥିଲା ସୋସିଆଲ ମିଡ଼ିଆରେ। ଭିଡିଓ ଭାଇରାଲ ପରେ ସମ୍ପୃକ୍ତ ଓଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।