ଦର ଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପ୍ରୟାସ, ସବୁ ଜିଲ୍ଲାରେ ଶୀଘ୍ର ଖୋଲିବ ମଣ୍ଡି

ଭୁବନେଶ୍ୱର ୧୫।୦୭  : ଦର ଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ଖୋଲିବ ମଣ୍ଡି। କୃଷକମାନେ ମଣ୍ଡିକୁ ଆଣିବେ ଉତ୍ପାଦନ ସାମଗ୍ରୀ।  ଆଉ ସେଠାରୁ  ହିଁ ହେବ ବିକ୍ରି। ପାଇକାରି ଦର କମ୍ ଥିବାବେଳେ ୪ଥାକରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ପନିପରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ। ବଡ଼ କଥା ହେଉଛି ମଣ୍ଡି ହେଲେ ମିଡିଲ ମ୍ୟାନ୍ ଙ୍କ ପ୍ରାଦୁର୍ଭାବ କମିବ। ଫଳରେ ଦର୍ ଉପରେ ନିୟନ୍ତ୍ରଣ ଲାଗିବ। ଦୋକାନରେ ପ୍ରକୃତ ଦରର ଲିଷ୍ଟ ଲାଗିବ। ଏନେଇ ଖୁବ୍ ଶୀଘ୍ର କୃଷି ବିଭାଗ କୋପରେସନ୍ ଓ ଖାଉଟି ବିଭାଗର ଖୁବ୍ ଶୀଘ୍ର ବସିବ ସମନ୍ଵୟ ବୈଠକ। ପ୍ରଥମେ ୧୩୭ ଲକ୍ଷ ଟନ୍ ରୁ ୨୦୦ ଲକ୍ଷ ଟନ୍ ଉତ୍ପାଦନ କେମିତି ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।  ଚାଷ ବା କୃଷି ଉତ୍ପାଦନ କିଭଳି ବୃଦ୍ଧି ହେବ ସେ ନେଇ ବୈଠକରେ ନିଷ୍ପତି ହେବ। ଆଳୁ ପିଆଜ ଉତ୍ପାଦନ କିଭଳି ଅଧିକ ହେବ ତା ଉପରେ ଗୁରୁତ୍ବ ଦିଆଯିବ। ପୂର୍ବରୁ କୃଷକଙ୍କୁ ପ୍ରୋତ୍ସାହନ ନଥିଲା, ସେ ଦିଗରେ ମଧ୍ୟ ଗୁରୁତ୍ଵ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି। Also Read-  କଡା କଟକଣା ସତ୍ତ୍ବେ କେମିତି ରଥର ଚଢିଲେ ଅଣସେବାୟତ ?ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦର ଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପ୍ରୟାସ,  ସବୁ ଜିଲ୍ଲାରେ ଶୀଘ୍ର ଖୋଲିବ ମଣ୍ଡି

ଭୁବନେଶ୍ୱର ୧୫।୦୭  : ଦର ଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ କଟକ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ଖୋଲିବ ମଣ୍ଡି। କୃଷକମାନେ ମଣ୍ଡିକୁ ଆଣିବେ ଉତ୍ପାଦନ ସାମଗ୍ରୀ।  ଆଉ ସେଠାରୁ  ହିଁ ହେବ ବିକ୍ରି। ପାଇକାରି ଦର କମ୍ ଥିବାବେଳେ ୪ଥାକରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ପନିପରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ। 

ବଡ଼ କଥା ହେଉଛି ମଣ୍ଡି ହେଲେ ମିଡିଲ ମ୍ୟାନ୍ ଙ୍କ ପ୍ରାଦୁର୍ଭାବ କମିବ। ଫଳରେ ଦର୍ ଉପରେ ନିୟନ୍ତ୍ରଣ ଲାଗିବ। ଦୋକାନରେ ପ୍ରକୃତ ଦରର ଲିଷ୍ଟ ଲାଗିବ। ଏନେଇ ଖୁବ୍ ଶୀଘ୍ର କୃଷି ବିଭାଗ କୋପରେସନ୍ ଓ ଖାଉଟି ବିଭାଗର ଖୁବ୍ ଶୀଘ୍ର ବସିବ ସମନ୍ଵୟ ବୈଠକ। ପ୍ରଥମେ ୧୩୭ ଲକ୍ଷ ଟନ୍ ରୁ ୨୦୦ ଲକ୍ଷ ଟନ୍ ଉତ୍ପାଦନ କେମିତି ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ।  ଚାଷ ବା କୃଷି ଉତ୍ପାଦନ କିଭଳି ବୃଦ୍ଧି ହେବ ସେ ନେଇ ବୈଠକରେ ନିଷ୍ପତି ହେବ। ଆଳୁ ପିଆଜ ଉତ୍ପାଦନ କିଭଳି ଅଧିକ ହେବ ତା ଉପରେ ଗୁରୁତ୍ବ ଦିଆଯିବ। ପୂର୍ବରୁ କୃଷକଙ୍କୁ ପ୍ରୋତ୍ସାହନ ନଥିଲା, ସେ ଦିଗରେ ମଧ୍ୟ ଗୁରୁତ୍ଵ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି। 

Also Read-  କଡା କଟକଣା ସତ୍ତ୍ବେ କେମିତି ରଥର ଚଢିଲେ ଅଣସେବାୟତ ?ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ