ଦର ନିୟନ୍ତ୍ରଣ ପାଇଁ ଆକ୍ସନରେ ଯୋଗାଣ ବିଭାଗ, ଭୁବନେଶ୍ୱର ୧ ନମ୍ବର ହାଟରେ ଚାଲିଛି ରେଡ୍
ଭୁବନେଶ୍ୱର ୨୦।୦୮ : ଦର ନିୟନ୍ତ୍ରଣ ପାଇଁ ଆକ୍ସନରେ ଯୋଗାଣ ବିଭାଗ । ସକାଳୁ ସକାଳୁ ଆଳୁ ଗୋଦାମରେ ରେଡ୍ । ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ୧ ନମ୍ବର ହାଟରେ ଚାଲିଛି ରେଡ୍ । ଖବର ଅନୁଯାୟୀ, ଗତ କିଛି ହେଲା ରାଜ୍ୟରେ ଆଳୁ ଦରଦାମ୍ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ୍ ଚାର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ଆକ୍ସନକୁ ଆସିଛି ଯୋଗାଣ ବିଭାଗ । ମଙ୍ଗଳବାର ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ୱରର ୧ ନମ୍ବର ହାଟରେ ଚଢାଉ କରିଛନ୍ତି । ବିଭିନ୍ନ ପରିବା ସାମଗ୍ରୀର ଦରଦାମ୍ ସଂପର୍କରେ ପଚାରି ବୁଝିବା ସହ ଠିକ୍ ଭାବେ ସରକାରୀ ଆଦେଶକୁ ପାଳନ କରାଯାଉଛି କି ନାହିଁ , ସେନେଇ ତଦାରଖ ମଧ୍ୟ କରୁଛନ୍ତି ।
ଭୁବନେଶ୍ୱର ୨୦।୦୮ : ଦର ନିୟନ୍ତ୍ରଣ ପାଇଁ ଆକ୍ସନରେ ଯୋଗାଣ ବିଭାଗ । ସକାଳୁ ସକାଳୁ ଆଳୁ ଗୋଦାମରେ ରେଡ୍ । ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ୧ ନମ୍ବର ହାଟରେ ଚାଲିଛି ରେଡ୍ ।
ଖବର ଅନୁଯାୟୀ, ଗତ କିଛି ହେଲା ରାଜ୍ୟରେ ଆଳୁ ଦରଦାମ୍ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରେଟ୍ ଚାର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ହେଲେ କିଛି ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ ଆକ୍ସନକୁ ଆସିଛି ଯୋଗାଣ ବିଭାଗ । ମଙ୍ଗଳବାର ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ୱରର ୧ ନମ୍ବର ହାଟରେ ଚଢାଉ କରିଛନ୍ତି । ବିଭିନ୍ନ ପରିବା ସାମଗ୍ରୀର ଦରଦାମ୍ ସଂପର୍କରେ ପଚାରି ବୁଝିବା ସହ ଠିକ୍ ଭାବେ ସରକାରୀ ଆଦେଶକୁ ପାଳନ କରାଯାଉଛି କି ନାହିଁ , ସେନେଇ ତଦାରଖ ମଧ୍ୟ କରୁଛନ୍ତି ।