‘ଦରଦାମ ନିୟନ୍ତ୍ରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ’
ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟରେ ଖାଉଟି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧିକୁ ବିରୋଧ କରି ଭାରତ ଟ୍ରେଡ୍ ୟୁନିୟନ (ସିଆଇଟିୟୁ)ର ମୟୁରଭଞ୍ଜ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ୧୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଅଁା ଦରଦାମ ବୃଦ୍ଧିକୁ ନେଇ ଗରିବଙ୍କ ସମେତ ମଧ୍ୟବିତ୍ତ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡୁଛି। ସବୁ ଜାଣି ସୁଦ୍ଧା […] The post ‘ଦରଦାମ ନିୟନ୍ତ୍ରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ’ appeared first on Dharitri Odia News.
ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟରେ ଖାଉଟି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧିକୁ ବିରୋଧ କରି ଭାରତ ଟ୍ରେଡ୍ ୟୁନିୟନ (ସିଆଇଟିୟୁ)ର ମୟୁରଭଞ୍ଜ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ୧୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଅଁା ଦରଦାମ ବୃଦ୍ଧିକୁ ନେଇ ଗରିବଙ୍କ ସମେତ ମଧ୍ୟବିତ୍ତ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡୁଛି। ସବୁ ଜାଣି ସୁଦ୍ଧା ଭାଜପାର ଡବଲ ଇଞ୍ଜିନ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ନୂତନ ସରକାର ଗଠନ ହେବା ପରେ ଚାଉଳ, ଡାଲି, ତେଲ, ଆଳୁ, ପିଆଜ, ପନିପରିବାଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି।
କେନ୍ଦ୍ର ସରକାର କ୍ଷୀର ଦର ଦାମ ୨ ଟଙ୍କା ବଢ଼ାଇ ସହ ଟୋଲ୍ଗେଟରେ ୫ଭାଗ ଟିକସ ବୃଦ୍ଧି କରିଛନ୍ତି। ଏଥି ସହିତ ନିର୍ବାଚନ ପୂର୍ବରୁ ଜୀବନ ରକ୍ଷାକାରୀ ଔଷଧ ସମେତ ବିଭିନ୍ନ ପ୍ରକାର ଔଷଧର ମୂଲ୍ୟ ବହୁଗୁଣ ବୃଦ୍ଧି ପାଇଛି ବୋଲି ସିଆଇଟିୟୁ ଅଭିଯୋଗ କରିଛି।
ବିକ୍ଷୋଭ ସମୟରେ ସିଆଇଟିୟୁ ପକ୍ଷରୁ ରବି ଗୋସ୍ବାମୀ, ବିକର୍ତ୍ତନ କବି ଓ ଅମଳ ଦେ ଏବଂ ଏଆଇସିୟୁଟୁ ପକ୍ଷରୁ କାହ୍ନୁଚରଣ ବେହେରା, ସିପିଆଇ(ଏମ୍) ଜିଲା ନେତା ମୃତ୍ୟୁଞ୍ଜୟ ବେହେରା, ପାଚିକା ସଂଘର ରାଜ୍ୟ ଉପ ସାଧାରଣ ସମ୍ପାଦିକା କ୍ଷୀରମଣି ମହାନ୍ତ, ମାଧୁରୀ ସିନ୍ଧୁ, ସାରାଣୀ ବେହେରା, ମାଳତି ମହାନ୍ତ, କୁଞ୍ଜଲତା ମହାନ୍ତ, ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ସଂଘର କର୍ମକର୍ତ୍ତା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅନେକ ସଦସ୍ୟ ଉପସ୍ଥିତ ଥିଲେ।
The post ‘ଦରଦାମ ନିୟନ୍ତ୍ରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ’ appeared first on Dharitri Odia News.