ଦରଦାମ ବୃଦ୍ଧି ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଭାବିତ, ଅସନ୍ତୋଷ ବ୍ୟକ୍ତ କଲା ସିଟିଜେନସ ଫୋରମ
ଭୁବନେଶ୍ବର: ମହଙ୍ଗା ମାଡ଼ରେ ପ୍ରଭାବିତ ଜନଜୀବନ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବି ହୋଇଛି ପ୍ରଭାବିତ। ଧାର୍ଯ୍ୟ ଦରରେ ଗୁଣାତ୍ମକ ଖାଦ୍ୟ ଯୋଗାଇବା ସମ୍ଭବ ହେଉ ନଥିବାରୁ ବଢିଛି ଚିନ୍ତା। ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ମଧ୍ୟାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । ହେଲେ ଦରବୃଦ୍ଧି ଏକ୍ଷେତ୍ରରେ ଆଣିଛି ସମସ୍ୟା । ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ହେଉଛି ଦାବି । ଦରବୃଦ୍ଧିର ପ୍ରଭାବ […]

ଭୁବନେଶ୍ବର: ମହଙ୍ଗା ମାଡ଼ରେ ପ୍ରଭାବିତ ଜନଜୀବନ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବି ହୋଇଛି ପ୍ରଭାବିତ। ଧାର୍ଯ୍ୟ ଦରରେ ଗୁଣାତ୍ମକ ଖାଦ୍ୟ ଯୋଗାଇବା ସମ୍ଭବ ହେଉ ନଥିବାରୁ ବଢିଛି ଚିନ୍ତା। ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ମଧ୍ୟାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । ହେଲେ ଦରବୃଦ୍ଧି ଏକ୍ଷେତ୍ରରେ ଆଣିଛି ସମସ୍ୟା । ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ହେଉଛି ଦାବି ।
ଦରବୃଦ୍ଧିର ପ୍ରଭାବ ପଡ଼ିଛି କୁନି ପିଲାଙ୍କ ଉପରେ। ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । କିନ୍ତୁ ଦରଦାମ ବୃଦ୍ଧିର ପ୍ରଭାବ ପଡୁଛି ଏହି ଯୋଜନା ଉପରେ। ସରକାରଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଧାରିତ ଦରରେ ବର୍ତ୍ତମାନ ଗୁଣାତ୍ମକ ଖାଦ୍ୟ ଦେବା ସମ୍ଭବ ହେଉ ନଥିବା କହିଛନ୍ତି ଅଭିଭାବକ ସଂଘ। ପିଲାଙ୍କୁ ଭାତ ଡାଲମା ଆଦି ଦିଆଯାଉଥିଲେ ମଧ୍ୟ ବର୍ତ୍ତମାନ ଡାଲି, ଆଳୁ, ପରିବା ଆଦିର ଦର ଯାହା ସେଥିରେ କେବଳ ପାଣିଆ ଡାଲି ଦେବା ହିଁ ସମ୍ଭବ । ତୁରନ୍ତ ପିଲାଙ୍କ ଦୈନିକ ଖାଦ୍ୟର ଦର ବଢାଯାଉ ବୋଲି ଦାବି କରିଛି ମହାସଂଘ ।
ସେପଟେ ଦରଦାମ ବୃଦ୍ଧି ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହୋଇଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସିଟିଜେନସ ଫୋରମ । ସରକାରୀ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ ପିଲାଙ୍କୁ ଉନ୍ନତମାନର ଖାଦ୍ୟ ଦେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ହେଲେ ସ୍ଥିତି କହୁଛି, ବର୍ତ୍ତମାନ ଦରରେ ସେହି ଖାଦ୍ୟ ଦେବା ସମ୍ଭବ ନୁହେଁ । ତେଣୁ ଏହାର ତୁରନ୍ତ ପ୍ରତିକାର କରିବାକୁ ଫୋରମ ଦାବି କରିଛି । ଏହାସହ ଦରଦାମ ବୃଦ୍ଧି ରୋକିବାକୁ ସରକାର ପଦକ୍ଷେପ ନେବାକୁ କୁହାଯାଇଛି ।