ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ମୃଣାଳ, କହିଲେ-ଲମ୍ଵା ଅପେକ୍ଷା କରିବାକୁ ପଡିଲା

ମୁମ୍ଵାଇ ୦୯।୦୪: ଭର୍ସାଟାଇଲ ଆକ୍ଟର ମୃଣାଳ ଠାକୁର ଏବେ ନିଜର ସଦ୍ୟ ମୁକ୍ତିପ୍ରାପ୍ତ ଫିଲ୍ମ  ‘ଦ ଫ୍ୟାମିଲି ଷ୍ଟାର୍‌’ ପାଇଁ ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି । ତେବେ ଏହି ପ୍ରଶଂସା ପାଇଁ ତାଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଛି । କିନ୍ତୁ  ଶେଷରେ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି  ବୋଲି ସେ କହିଛନ୍ତି । ‘ଦ ଫ୍ୟାମିଲି ଷ୍ଟାର୍‌’ରେ ବିଜୟ ଦେବରକୋଣ୍ଡାଙ୍କ  ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ମୃଣାଳ । ନିକଟରେ ସେ ଫିଲ୍ମର ସଫଳତା କାମନା କରି ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଦର୍ଶନ  ଲାଗି ଯାଇଥିଲେ । ଏ ଅବସରରେ ସେ କହିଥିଲେ, ଦର୍ଶକଙ୍କ ଭଲପାଇବା ପାଇଁ ମୋତେ ଲମ୍ବା ଅପେକ୍ଷା  କରିବାକୁ ପଡ଼ିଛି । କିନ୍ତୁ ଶେଷରେ ମୁଁ ସଫଳ ହୋଇଛି  ଆଉ ଏଥିପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ । ମୁଁ କଠିନ ପରିଶ୍ରମ ଜାରି ରଖିବି ଏବଂ ଅଧିକରୁ ଅଧିକ  ଫିଲ୍ମ ଜରିଆରେ ଆପଣଙ୍କ ପାଖକୁ ଆସିବି । ‘ଦ  ଫ୍ୟାମିଲି ଷ୍ଟାର୍‌’ ଜରିଆରେ ମୃଣାଳ ପ୍ରଥମ ଥର ରୋମାଣ୍ଟିକ୍‌ କମେଡି ପ୍ରୋଜେକ୍ଟରେ  କାମ କରିଛନ୍ତି । ଏହାକୁ ଦର୍ଶକ ଏତେ  ମାତ୍ରାରେ ଗ୍ରହଣ କରିବେ ବୋଲି ସେ  କେବେ କଳ୍ପନା କରିନଥିଲେ । ଲୋକେ  ଫିଲ୍ମର ଗୀତଗୁଡ଼ିକୁ ଭଲପାଉଛନ୍ତି ।  ଫିଲ୍ମର କମେଡି ସିନ୍‌କୁ ସେ ନିଜେ ଖୁବ୍‌ ଉପଭୋଗ କରିଥିବା କହିଛନ୍ତି ।ଏହା ପୂର୍ବରୁ ସେ ସିରିୟସ୍‌ ଭୂମିକାରେ ନଜର  ଆସିଥିଲେ । ପ୍ରଥମ ଥର ରୋମାଣ୍ଟିକ୍‌  କମେଡି କ୍ଷେତ୍ରରେ ପାଦ ଥା

ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ମୃଣାଳ, କହିଲେ-ଲମ୍ଵା ଅପେକ୍ଷା କରିବାକୁ ପଡିଲା

ମୁମ୍ଵାଇ ୦୯।୦୪: ଭର୍ସାଟାଇଲ ଆକ୍ଟର ମୃଣାଳ ଠାକୁର ଏବେ ନିଜର ସଦ୍ୟ ମୁକ୍ତିପ୍ରାପ୍ତ ଫିଲ୍ମ  ‘ଦ ଫ୍ୟାମିଲି ଷ୍ଟାର୍‌’ ପାଇଁ ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି । ତେବେ ଏହି ପ୍ରଶଂସା ପାଇଁ ତାଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଛି । କିନ୍ତୁ  ଶେଷରେ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି  ବୋଲି ସେ କହିଛନ୍ତି । ‘ଦ ଫ୍ୟାମିଲି ଷ୍ଟାର୍‌’ରେ ବିଜୟ ଦେବରକୋଣ୍ଡାଙ୍କ  ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ମୃଣାଳ । 

ନିକଟରେ ସେ ଫିଲ୍ମର ସଫଳତା କାମନା କରି ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଦର୍ଶନ  ଲାଗି ଯାଇଥିଲେ । ଏ ଅବସରରେ ସେ କହିଥିଲେ, ଦର୍ଶକଙ୍କ ଭଲପାଇବା ପାଇଁ ମୋତେ ଲମ୍ବା ଅପେକ୍ଷା  କରିବାକୁ ପଡ଼ିଛି । କିନ୍ତୁ ଶେଷରେ ମୁଁ ସଫଳ ହୋଇଛି  ଆଉ ଏଥିପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ । ମୁଁ କଠିନ ପରିଶ୍ରମ ଜାରି ରଖିବି ଏବଂ ଅଧିକରୁ ଅଧିକ  ଫିଲ୍ମ ଜରିଆରେ ଆପଣଙ୍କ ପାଖକୁ ଆସିବି । ‘ଦ  ଫ୍ୟାମିଲି ଷ୍ଟାର୍‌’ ଜରିଆରେ ମୃଣାଳ ପ୍ରଥମ ଥର ରୋମାଣ୍ଟିକ୍‌ କମେଡି ପ୍ରୋଜେକ୍ଟରେ  କାମ କରିଛନ୍ତି । ଏହାକୁ ଦର୍ଶକ ଏତେ  ମାତ୍ରାରେ ଗ୍ରହଣ କରିବେ ବୋଲି ସେ  କେବେ କଳ୍ପନା କରିନଥିଲେ । ଲୋକେ  ଫିଲ୍ମର ଗୀତଗୁଡ଼ିକୁ ଭଲପାଉଛନ୍ତି ।  ଫିଲ୍ମର କମେଡି ସିନ୍‌କୁ ସେ ନିଜେ ଖୁବ୍‌ ଉପଭୋଗ କରିଥିବା କହିଛନ୍ତି ।ଏହା ପୂର୍ବରୁ ସେ ସିରିୟସ୍‌ ଭୂମିକାରେ ନଜର  ଆସିଥିଲେ । 

ପ୍ରଥମ ଥର ରୋମାଣ୍ଟିକ୍‌  କମେଡି କ୍ଷେତ୍ରରେ ପାଦ ଥାପିବା ତାଙ୍କ  ପାଇଁ ନିଆରା ଅନୁଭବ ଥିଲା । ଖୁବ୍‌ଶୀଘ୍ର  ‘ଦ ଫ୍ୟାମିଲି ଷ୍ଟାର୍‌’ ହିନ୍ଦୀ ଭାଷାରେ  ମୁକ୍ତିଲାଭ କରିବ । ହିନ୍ଦୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିବେ ବୋଲି ସେ  କହିଛନ୍ତି । ଫିଲ୍ମଟି ତେଲୁଗୁ ରୋମାଣ୍ଟିକ୍‌ ଫ୍ୟାମିଲି ଡ୍ରାମା, ଯାହାର କାହାଣୀ ଲେଖିବା  ସହିତ ନିର୍ଦ୍ଦେଶନା ଦେଇଛନ୍ତି ପର୍ଶୁରାମ । ଗତ ୫ ତାରିଖରେ ଏହା ମୁକ୍ତିଲାଭ  କରିଛି । ମୃଣାଳ ଏଥିରେ ଇନ୍ଦୁ ଭୂମିକା  ନିର୍ବାହ କରିଛନ୍ତି । ଏହା ପୂର୍ବରୁ ଫିଲ୍ମ  ‘ସୀତାରାମମ୍‌’ ଜରିଆରେ ସେ ଦର୍ଶକଙ୍କଠୁ  ଖୁବ୍‌ ଭଲପାଇବା ପାଇଥିଲେ ।