ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା
ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ ଦଳରେ ମିଶୁଛନ୍ତି । ଏହି କ୍ରମରେ ବିଜେଡି ଛାଡ଼ି ଗୁରୁବାରି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ତେବେ ବାପା କଂଗ୍ରେସର ଥିବାରୁ ଦଳକୁ ଫେରି ଖୁସି ଲାଗୁଛି। ଏପରିକି ସେ କେନ୍ଦ୍ରାପଡ଼ାରୁ ଲଢ଼ିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। କଂଗ୍ରେସରେ ଯୋଗଦେବା ପରେ ସିପ୍ରା […] The post ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା appeared first on Dharitri Odia News.
ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ ଦଳରେ ମିଶୁଛନ୍ତି । ଏହି କ୍ରମରେ ବିଜେଡି ଛାଡ଼ି ଗୁରୁବାରି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ତେବେ ବାପା କଂଗ୍ରେସର ଥିବାରୁ ଦଳକୁ ଫେରି ଖୁସି ଲାଗୁଛି। ଏପରିକି ସେ କେନ୍ଦ୍ରାପଡ଼ାରୁ ଲଢ଼ିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି।
କଂଗ୍ରେସରେ ଯୋଗଦେବା ପରେ ସିପ୍ରା ପ୍ରତିକ୍ରିୟା ରଖି କହିଛନ୍ତି, ମୋ ବାପା କଂଗ୍ରେସରେ ଥିଲେ। ମୁଁ ମଧ୍ୟ ଏହି ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି। ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ। କିନ୍ତୁ କେନ୍ଦ୍ରାପଡ଼ାରୁ ଲଢ଼ିବାକୁ ଆଶା ରଖିଛି। ଯଦି ଦଳ ମୋତେ ସୁଯୋଗ ଦେବ, ତା’ହେଲେ ମୁଁ ନିଶ୍ଚିତ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିବି। ନଚେତ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତାହାକୁ ସୁଚାରୁ ରୂପରେ ତୁଲାଇବି।
ହିରଖୁଛୁ,୨୦୦୯ରେ କେନ୍ଦ୍ରାପ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା। କିନ୍ତୁ ୨୦୧୪ ଓ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନ ଥିଲା। ୨୦୧୪ ରେ ବିଜେଡି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କିଶୋର ଚନ୍ଦ୍ର ତରାଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୯ରେ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ଏଥର ବିଜେଡିରୁ ଟିକେଟ ପାଇବାକୁ ଆଶାୟୀ ଥିଲେ ସିପ୍ରା। ତେବେ ଦଳ ପକ୍ଷରୁ ତାଙ୍କୁ ସେମିତି କିଛି ସଙ୍କେତ ନ ମିଳିବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା। ବିଜେଡି ତାଙ୍କୁ କେନ୍ଦ୍ରାପଡ଼ା ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।
The post ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା appeared first on Dharitri Odia News.