ଦଳରୁ ବହିଷ୍କୃତ ହୋଇଥିବା ପ୍ରମୋଦ କୃଷ୍ଣ ଖାର୍ଗେଙ୍କୁ ପଚାରିଲେ ୭ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଗତ କିଛି ଦିନ ହେବ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରୁଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଅନୁମାନ କରାଯାଉଥିଲା ଯେ ଆଚାର୍ଯ୍ୟ କୃଷ୍ଣ ଭାଜପାରେ ଯୋଗ ଦେଇପାରନ୍ତି। ଏହି ସମୟରେ କଂଗ୍ରେସ ନିଜେ ତାଙ୍କୁ ଏହାର ବାଟ ଦେଖାଇଛି। କଂଗ୍ରେସର ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ […] The post ଦଳରୁ ବହିଷ୍କୃତ ହୋଇଥିବା ପ୍ରମୋଦ କୃଷ୍ଣ ଖାର୍ଗେଙ୍କୁ ପଚାରିଲେ ୭ ପ୍ରଶ୍ନ appeared first on Dharitri Odia News.

ଦଳରୁ ବହିଷ୍କୃତ ହୋଇଥିବା ପ୍ରମୋଦ କୃଷ୍ଣ ଖାର୍ଗେଙ୍କୁ ପଚାରିଲେ ୭ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଗତ କିଛି ଦିନ ହେବ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରୁଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ।
ଅନୁମାନ କରାଯାଉଥିଲା ଯେ ଆଚାର୍ଯ୍ୟ କୃଷ୍ଣ ଭାଜପାରେ ଯୋଗ ଦେଇପାରନ୍ତି। ଏହି ସମୟରେ କଂଗ୍ରେସ ନିଜେ ତାଙ୍କୁ ଏହାର ବାଟ ଦେଖାଇଛି।
କଂଗ୍ରେସର ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ କହିଛନ୍ତି ଯେ ପ୍ରଭୁ ରାମଙ୍କୁ ମଧ୍ୟ ୧୪ବର୍ଷ ପାଇଁ ନିର୍ବାସନକୁ ପଠାଯାଇଥିଲା କାରଣ ମୁଁ ଜଣେ ରାମ ଭକ୍ତ, ମୁଁ ଚାହୁଁଛି କଂଗ୍ରେସ ଦଳ ମୋତେ ୬ ବର୍ଷ ପରିବର୍ତ୍ତେ ୧୪ ବର୍ଷ ପାଇଁ ବହିଷ୍କାର କରନ୍ତୁ।
ସେ ଆହୁରି ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କେସି ଭେନୁଗୋପାଲଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ କହିଛି ଯେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିଲେ ତେଣୁ ତାଙ୍କୁ ବହିଷ୍କାର କରାଯାଇଛି।
ମୁଁ କଂଗ୍ରେସ ନେତାମାନଙ୍କୁ ପଚାରିଥିଲି ଯେ ମୁଁ ଦଳ ବିରୋଧୀ କାର୍ଯ୍ୟକଳାପ କ’ଣ କରୁଛି। ରାମଙ୍କ ନାମ ପାର୍ଟି ବିରୋଧୀ କି। ଅଯୋଧ୍ୟା ବିରୋଧୀ ଦଳକୁ ଯାଉଛନ୍ତି କି। ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ (ରାମ ମନ୍ଦିର) ପାଇଁ ନିମନ୍ତ୍ରଣ ଗ୍ରହଣ କରିବା ଦଳ ବିରୋଧୀ କି। ଶ୍ରୀ କଳକି ଧାମର ମୂଳଦୁଆ ପକାଇବା ପାର୍ଟି ବିରୋଧୀ କି। ନରେନ୍ଦ୍ର ମୋଦିଙ୍କୁ ଭେଟିବା ଦଳ ବିରୋଧୀ କି। ଯୋଗୀ ଆଦିତ୍ୟ ଜୀଙ୍କୁ ଶ୍ରୀ କଳକି ଧାମର ମୂଳଦୁଆ ପକାଇବା ସମାରୋହ ପାଇଁ ନିମନ୍ତ୍ରଣ କରିବା ବିରୋଧୀ କି ବୋଲଇ ଏମିତି କିଛି ପ୍ରଶ୍ନ କରିଛନ୍ତି ଦଳରୁ ବହିଷ୍କୃତ ହୋଇଥିବା ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ।

The post ଦଳରୁ ବହିଷ୍କୃତ ହୋଇଥିବା ପ୍ରମୋଦ କୃଷ୍ଣ ଖାର୍ଗେଙ୍କୁ ପଚାରିଲେ ୭ ପ୍ରଶ୍ନ appeared first on Dharitri Odia News.