ଦଳିଦେଲା ଦନ୍ତା :ଢେଙ୍କାନାଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ:ଢେଙ୍କାନାଳ ଜିଲା ସଦର ରେଞ୍ଜ୍ ମୋଟଙ୍ଗା ଥାନା ମେରାମଣ୍ଡଳୀ ଅଂଚଳରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ହାତୀ ଆକ୍ରମଣରେ ଉକ୍ତ ଅଂଚଳର ରବି ନାରାୟଣ ସାହୁଙ୍କର ମୃତ୍ୟୁ ଘଟିଛି । ରବି ନାରାୟଣ କେନାଲ ପାଖ ରାସ୍ତାରେ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ବନବିଭାଗ ଓ ସ୍ଥାନିୟ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହିତ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। […]

ଦଳିଦେଲା ଦନ୍ତା :ଢେଙ୍କାନାଳରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ:ଢେଙ୍କାନାଳ ଜିଲା ସଦର ରେଞ୍ଜ୍ ମୋଟଙ୍ଗା ଥାନା ମେରାମଣ୍ଡଳୀ ଅଂଚଳରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ହାତୀ ଆକ୍ରମଣରେ ଉକ୍ତ ଅଂଚଳର ରବି ନାରାୟଣ ସାହୁଙ୍କର ମୃତ୍ୟୁ ଘଟିଛି । ରବି ନାରାୟଣ କେନାଲ ପାଖ ରାସ୍ତାରେ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ଖବରପାଇ ବନବିଭାଗ ଓ ସ୍ଥାନିୟ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହିତ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଛି। ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପାଖରେ ଦାବି କରିଛନ୍ତି ଲୋକେ। ବନ ବିଭାଗ ସ୍ଥାନୀୟ ଅଂଚଳରେ ହାତୀ ଗତିବିଧି ଉପରେ ନଜର ରଖିଛି। ହାତୀ ଚଳାଚଳ କରୁଥିବା ସ୍ଥାନରେ ଲୋକଙ୍କୁ ସତର୍କତା ସହ ଯାଆସ କରିବାକୁ ବନ ବିଭାଗ ପରାମର୍ଶ ଦେଇଛି।