ହ୍ରାସ ପାଇଲା ସୁନା ଦର

ଭୁବନେଶ୍ୱର : କିଛି ଦିନ ଧରି ବଢୁଥିବା ସୁନା ଦାମ୍‌ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି । ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି ଇ ଗତକାଲି ସୁନା ଦର ହ୍ରାସ ପାଇଥିବା ବେଳେ ଶନିବାର ମଧ୍ୟ ସୁନା ଦର କମିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୬୬୦ ଟଙ୍କା ରହିଛି । ଗତକାଲି ଏହା ୯୧,୬୪୦ ଟଙ୍କା ଥିଲା । ଏଥିରେ […]

ହ୍ରାସ ପାଇଲା ସୁନା ଦର
ହ୍ରାସ ପାଇଲା ସୁନା ଦର

ଭୁବନେଶ୍ୱର : କିଛି ଦିନ ଧରି ବଢୁଥିବା ସୁନା ଦାମ୍‌ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି । ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି ଇ ଗତକାଲି ସୁନା ଦର ହ୍ରାସ ପାଇଥିବା ବେଳେ ଶନିବାର ମଧ୍ୟ ସୁନା ଦର କମିଛି ।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୦,୬୬୦ ଟଙ୍କା ରହିଛି । ଗତକାଲି ଏହା ୯୧,୬୪୦ ଟଙ୍କା ଥିଲା । ଏଥିରେ ୯୮୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୩,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୪,୦୦୦ ଟଙ୍କା ଥିଲା । ଏଥିରେ ୯୦୦ ଟଙ୍କା ହ୍ରାସ ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୬୭,୯୯୦ ଟଙ୍କା ରହିଛି । ଗତକାଲି ଏହା ୬୮,୭୩୦ ଟଙ୍କା ଥିଲା । ଏଥିରେ ୭୪୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ କମ୍‌ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୩୦୦ ଟଙ୍କା ରହିଛି । ଗତକାଲି ଏହା ୧୦,୮୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି ।

ଅନ୍ୟପଟେ ମର୍ଣ୍ଣିଂଷ୍ଟାର ରଣନୀତିଜ୍ଞ ଜନ ମିଲ୍ସଙ୍କ ଆକଳନ ଅନୁସାରେ,ଆଗାମୀ ସମୟରେ ବିଶ୍ୱ ବଜାରରେ ସୁନା ମୂଲ୍ୟ ପ୍ରାୟ ୪୦ % ହ୍ରାସ ପାଇବାର ସମ୍ଭାବନା ଥିବାରୁ, ଆଗାମୀ ସମୟରେ ଭାରତୀୟ ବଜାରରେ ଏହାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୫୫ ,୦୦୦ ଟଙ୍କାରେ ପହଞ୍ଚିପାରେ। ବର୍ତ୍ତମାନର ସୁନା ମୂଲ୍ୟ $3,080 ପ୍ରତି ଆଉନ୍ସରୁ ହ୍ରାସ ପାଇ $1,820 ହେବ, ଯାହା ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ହେବ।