ଦଶପଲ୍ଲାରେ ଏମ୍ଆର୍ଏଫ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ
ଭୁବନେଶ୍ୱର,୧୯।୩ (ଅଭୟ ଦାଶ): ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଟାୟାର ଉତ୍ପାଦକ କମ୍ପାନୀ ଏମ୍ଆର୍ଏଫ୍ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଆଶୁତୋଷ ଟାୟାର୍ସ’ ସୋମବାର ନୟାଗଡ଼ର ଦଶପଲ୍ଲାସ୍ଥିତ ହରିଡାବାରିଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏମ୍ଆର୍ଏଫ୍ ଲିମିଟେଡ ଓଡ଼ିଶା (ଭୁବନେଶ୍ୱର) ୟୁନିଟର ଜିଲା ପ୍ରବନ୍ଧକ (ଡିଏମ୍) ଲଳିତ କେ. ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ଟାୟାର୍ସର ସ୍ବତ୍ୱାଧିକାରୀ ଶିବ କୁମାର ମିଶ୍ର, ପ୍ରଭାତ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ […] The post ଦଶପଲ୍ଲାରେ ଏମ୍ଆର୍ଏଫ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ appeared first on Dharitri Odia News.
ଭୁବନେଶ୍ୱର,୧୯।୩ (ଅଭୟ ଦାଶ): ଦେଶର ପ୍ରମୁଖ ବହୁରାଷ୍ଟ୍ରୀୟ ଟାୟାର ଉତ୍ପାଦକ କମ୍ପାନୀ ଏମ୍ଆର୍ଏଫ୍ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଆଶୁତୋଷ ଟାୟାର୍ସ’ ସୋମବାର ନୟାଗଡ଼ର ଦଶପଲ୍ଲାସ୍ଥିତ ହରିଡାବାରିଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏମ୍ଆର୍ଏଫ୍ ଲିମିଟେଡ ଓଡ଼ିଶା (ଭୁବନେଶ୍ୱର) ୟୁନିଟର ଜିଲା ପ୍ରବନ୍ଧକ (ଡିଏମ୍) ଲଳିତ କେ. ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ଟାୟାର୍ସର ସ୍ବତ୍ୱାଧିକାରୀ ଶିବ କୁମାର ମିଶ୍ର, ପ୍ରଭାତ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୧୩୫୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମରେ କମ୍ପାନୀର ସବୁ ବର୍ଗର ଟାୟାର ଓ ଟାୟାର ସମ୍ପର୍କିତ ସାମଗ୍ରୀ ଉପଲବ୍ଧ। ଏ ସମ୍ପର୍କରେ ଆଶୁତୋଷ ଟାୟାର୍ସର ସ୍ବତ୍ୱାଧିକାରୀ ଶିବ କୁମାର ମିଶ୍ର କହିଥିଲେ, ଆମେ ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ଯୋଗାଇବା ସହିତ ବିକ୍ରି ପରବର୍ତ୍ତୀ ସେବା ଓ ସୁବିଧା ଯୋଗାଇବା ସହ ଗ୍ରାହକକେନ୍ଦ୍ରିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ଅଛୁ।
The post ଦଶପଲ୍ଲାରେ ଏମ୍ଆର୍ଏଫ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ appeared first on Dharitri Odia News.