ଦଶହରାରେ ମାମୁଁ ଘର ବୁଲିବାକୁ ଆସି ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ

କନକ ବ୍ୟୁରୋ : ଦଶହରା ଛୁଟିରେ ମାମୁଁ ଘର ବୁଲିବାକୁ ଆସିଥିଲେ ଭାଇ ଭଇଣୀ । ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ଭାଇ ଭଉଣୀ ପ୍ରାଣ ହରାଇଛନ୍ତି । ବାଲିଅନ୍ତା ଥାନା ସୁଭାଲୋ ଗ୍ରାମରେ ଘଟିଥିବା ଏହି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ଖେଲାଇ ଦେଇଛି । ଭୁବନେଶ୍ୱର ଉପକଣ୍ଠ କୋରଡକଣ୍ଟା ଗାଁର ସୁଭଶ୍ରୀ ଜେନା ଓ ସାନ ଭାଇ ଭାଗରଥୀ ଜେନା ଦଶହରା ଛୁଟିରେ ମାମୁଁ ଘର ସୁଭାଲୋକୁ ବୁଲିବାକୁ ଆସିଥିଲେ । ସକାଳେ ଏହି ପୋଖରୀକୁ ଆଈଙ୍କ ସହ ଗାଧୋଇବାକୁ ଆସିଥିଲେ ଭାଇ ଭଉଣୀ । ହେଲେ କିଏ ଜାଣିଥିଲା ପୋଖରୀରେ ତାଙ୍କୁ କାଳ ଜଗିଛି । ଆଈକୁ ଘରକୁ ପଠାଇଦେଇ ଗାଧୋଇବା ବେଳେ ପାହାଚ ଶିଉଳିରେ ଗୋଡ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲା ସାନ ଭାଇ । ଭାଇକୁ ବଞ୍ଚାଇବା ପାଇଁ ଭଉଣୀ ମଧ୍ୟ ପୋଖରୀକୁ ଡେଇଁପଡିଥିଲେ । ପହଁରା ଜାଣିନଥିବାରୁ ଦୁହେଁ ପୋଖରୀରେ ବୁଡ଼ି ଯାଇଥିଲେ । ଦୀର୍ଘ ସମୟ ଘରକୁ ନଫେରିବାକୁ ପୋଖରୀକୁ ଧାଇଁଥିଲେ ମାମୁଁ ଘର ଲୋକ । ପୋଖରୀ ହୁଡାରେ ଭାଇ-ଭଉଣୀଙ୍କ ଚପଲ ଓ ପୋଷାକ ପଡିଥିଲା । ହେଲେ ନଥିଲେ ଶୁଭଶ୍ରୀ କି ଭାଗରଥୀ । ଗ୍ରାମବାସୀ ପୋଖରୀରେ ଖୋଜା ଖୋଜି କରି ଦୁଇ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍‌ ପଠାଇଥିଲେ । ସେଠାରେ ଡାକ୍ତର ଭାଇ- ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି । କ୍ରୁର ନିୟତିର ଖେଳ ଏମିତି ଯେ, ପିଲା ରହିବେ, ପାଠ ପଢିବେ ବୋଲି ନୂଆ ଘର ତିଆରି ଚାଲିଛି, ଆଉ ଏପଟେ ତାଙ୍କୁ ଶ୍ମଶାନକୁ ନେବା ପାଇଁ କୋକେଇ

ଦଶହରାରେ ମାମୁଁ ଘର ବୁଲିବାକୁ ଆସି ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ

କନକ ବ୍ୟୁରୋ : ଦଶହରା ଛୁଟିରେ ମାମୁଁ ଘର ବୁଲିବାକୁ ଆସିଥିଲେ ଭାଇ ଭଇଣୀ । ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ଭାଇ ଭଉଣୀ ପ୍ରାଣ ହରାଇଛନ୍ତି । ବାଲିଅନ୍ତା ଥାନା ସୁଭାଲୋ ଗ୍ରାମରେ ଘଟିଥିବା ଏହି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ଖେଲାଇ ଦେଇଛି ।

ଭୁବନେଶ୍ୱର ଉପକଣ୍ଠ କୋରଡକଣ୍ଟା ଗାଁର ସୁଭଶ୍ରୀ ଜେନା ଓ ସାନ ଭାଇ ଭାଗରଥୀ ଜେନା ଦଶହରା ଛୁଟିରେ ମାମୁଁ ଘର ସୁଭାଲୋକୁ ବୁଲିବାକୁ ଆସିଥିଲେ । ସକାଳେ ଏହି ପୋଖରୀକୁ ଆଈଙ୍କ ସହ ଗାଧୋଇବାକୁ ଆସିଥିଲେ ଭାଇ ଭଉଣୀ । ହେଲେ କିଏ ଜାଣିଥିଲା ପୋଖରୀରେ ତାଙ୍କୁ କାଳ ଜଗିଛି । ଆଈକୁ ଘରକୁ ପଠାଇଦେଇ ଗାଧୋଇବା ବେଳେ ପାହାଚ ଶିଉଳିରେ ଗୋଡ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲା ସାନ ଭାଇ । ଭାଇକୁ ବଞ୍ଚାଇବା ପାଇଁ ଭଉଣୀ ମଧ୍ୟ ପୋଖରୀକୁ ଡେଇଁପଡିଥିଲେ । ପହଁରା ଜାଣିନଥିବାରୁ ଦୁହେଁ ପୋଖରୀରେ ବୁଡ଼ି ଯାଇଥିଲେ ।

ଦୀର୍ଘ ସମୟ ଘରକୁ ନଫେରିବାକୁ ପୋଖରୀକୁ ଧାଇଁଥିଲେ ମାମୁଁ ଘର ଲୋକ । ପୋଖରୀ ହୁଡାରେ ଭାଇ-ଭଉଣୀଙ୍କ ଚପଲ ଓ ପୋଷାକ ପଡିଥିଲା । ହେଲେ ନଥିଲେ ଶୁଭଶ୍ରୀ କି ଭାଗରଥୀ । ଗ୍ରାମବାସୀ ପୋଖରୀରେ ଖୋଜା ଖୋଜି କରି ଦୁଇ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍‌ ପଠାଇଥିଲେ । ସେଠାରେ ଡାକ୍ତର ଭାଇ- ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି ।

କ୍ରୁର ନିୟତିର ଖେଳ ଏମିତି ଯେ, ପିଲା ରହିବେ, ପାଠ ପଢିବେ ବୋଲି ନୂଆ ଘର ତିଆରି ଚାଲିଛି, ଆଉ ଏପଟେ ତାଙ୍କୁ ଶ୍ମଶାନକୁ ନେବା ପାଇଁ କୋକେଇ ବନ୍ଧା ହେଉଛି ।