ଦହି ସହ ଏସବୁ ଖାଇଲେ ଦୂର ହେବ ଅନେକ ରୋଗ

ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏବଂ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରହିଛି ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରେ, ଚର୍ମକୁ ସୁସ୍ଥ ରଖିଥାଏ ଏବଂ ଚାପ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିପାରେ। ଯଦି ଆପଣ ଦହିରେ ମହୁ, ଚିନି କିମ୍ବା ଅଁଳା ମିଶାନ୍ତି, ତେବେ ଏହା ଆହୁରି ଲାଭଦାୟକ ହୋଇଯାଏ। ଆସନ୍ତୁ ଜାଣିବା ଦହି ସହିତ ଏସବୁ ଜିନିଷ ଖାଇବା ଦ୍ୱାରା କ’ଣ ଲାଭ […] The post ଦହି ସହ ଏସବୁ ଖାଇଲେ ଦୂର ହେବ ଅନେକ ରୋଗ appeared first on Dharitri Odia News.

ଦହି ସହ ଏସବୁ ଖାଇଲେ ଦୂର ହେବ ଅନେକ ରୋଗ

ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏବଂ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରହିଛି ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରେ, ଚର୍ମକୁ ସୁସ୍ଥ ରଖିଥାଏ ଏବଂ ଚାପ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିପାରେ। ଯଦି ଆପଣ ଦହିରେ ମହୁ, ଚିନି କିମ୍ବା ଅଁଳା ମିଶାନ୍ତି, ତେବେ ଏହା ଆହୁରି ଲାଭଦାୟକ ହୋଇଯାଏ। ଆସନ୍ତୁ ଜାଣିବା ଦହି ସହିତ ଏସବୁ ଜିନିଷ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ…

ଦହି ସହ ଅଁଳା
ଅଁଳା ଏବଂ ଦହି ଉଭୟରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଛି। ଏହି ଦୁଇଟିର ସେବନ ଆପଣଙ୍କ ପାଚନ ଶକ୍ତି ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହା ସହିତ, ପାଚନକ୍ରିୟା ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଏଥିପାଇଁ ଆପଣ ୧ ଚାମଚ ଦହିରେ ୧ ଚାମଚ ଅଁଳା ପାଉଡର ମିଶାଇ ଖାଇପାରିବେ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଇବେ। ଏହା ବ୍ୟତୀତ, ଆପଣ ଏହାକୁ ଏକ ହେୟାର ମାସ୍କ ଭାବରେ ଆପଣଙ୍କ କେଶରେ ଲଗାଇପାରିବେ, ଏହା ଆପଣଙ୍କ କେଶର ବୃଦ୍ଧିକୁ ଉନ୍ନତ କରିବ ଏବଂ ଚମକ ମଧ୍ୟ ବୃଦ୍ଧି କରିବ।

ଦହି ସହ ମହୁ
ଦହି ଏବଂ ମହୁର ମିଶ୍ରଣ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲ। ଏହା ଆପଣଙ୍କ ମେଟାବୋଲିଜିମକୁ ତ୍ୱରାନ୍ବିତ କରେ। ଏହା ଆପଣଙ୍କ ଶରୀରରୁ ଅତିରିକ୍ତ ଚର୍ବି ମଧ୍ୟ ଦୂର କରିପାରିବ। ଏହା ଥକ୍କାପଣ ଏବଂ ଦୁର୍ବଳତା ଦୂର କରେ। ଏଥିପାଇଁ ଗୋଟିଏ ଗିନା ଦହିରେ ଅଳ୍ପ ମହୁ ମିଶାଇ ଖାଆନ୍ତୁ।

ଦହି ସହ ଚିନ
ଆପଣ ଦହିରେ ଚିନି ମିଶାଇ ମଧ୍ୟ ଖାଇପାରିବେ। ଏହା ସବୁଠାରୁ ସହଜ ସମାଧାନ। ଏହା ଶରୀରକୁ ଥଣ୍ଡା କରିଥାଏ ଏବଂ ଡିହାଇଡ୍ରେସନ ମଧ୍ୟ ଦୂର କରିଥାଏ। ଦହିରେ ଚିନି ମିଶାଇବା ଦ୍ୱାରା ମଧ୍ୟ ପେଟ ଜ୍ୱଳନରୁ ମୁକ୍ତି ମିଳିଥାଏ।

The post ଦହି ସହ ଏସବୁ ଖାଇଲେ ଦୂର ହେବ ଅନେକ ରୋଗ appeared first on Dharitri Odia News.