ଦାଉ ସାଧୁଛି ଅଦିନିଆ ବର୍ଷା,ଖଳାରେ ଓଦା ହେଉଛି ଅମଳ ଧାନ । ଧାନର ମାନ ନେଇ ଚିନ୍ତାରେ ଜୟପାଟଣା ଚାଷୀ

କନକବ୍ୟୁରୋ : ବିଲରେ ଓଦା ହୋଇଗଲା ପାଚିଲା ଧାନ । ବର୍ଷା-ପବନ ଯୋଗୁଁ ଧାନଗଛ ଜମିରେ ଶୋଇପଡ଼ିଛି । ବର୍ଷାଭିଜା ଧାନକୁ ମଣ୍ଡିରେ କିଭଳି ବିକିବେ ତାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି । ଏବେ ଧାନ ଅମଳ ସମୟ ହୋଇଥିବାରୁ କେଉଁଠି ଧାନ କଟା ହୋଇ ବିଲ ଓ ଖଳାରେ ପଡିଛି ତ ଆଉ କେଉଁଠି କଟା ଅପେକ୍ଷାରେ ପାଚିଲା ଧାନ ।  ପଶ୍ଚିମା ଝଡ଼ ପ୍ରଭାବରେ ଝିପିଝିପି ବର୍ଷାକୁ ଦେଖି ଛାନିଆ ଚାଷୀ । ଜିଲ୍ଲାର ଅନେକ ସ୍ଥାନରେ ଶନିବାର ଠାରୁ କୋହଲା ପାଗ ସହ ଝିପଝିପ୍ ବର୍ଷା ଲାଗିରହିଛି। ଏକର ଏକର ଧାନ ଫସଲ ପାଣିରେ ପଡ଼ିରହିଛି । ଅମଳ କମିଯିବା ସହ ଧାନର ମାନ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେପଟେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ କଳାହାଣ୍ଡିରେ ୨୨୩ଟି ମଣ୍ଡି ଖୋଲାଯାଇଛି । ୮୦ରୁ ଅଧିକ ମିଲର୍ସ ମଣ୍ଡିରୁ ଧାନ ଉଠାଇବାକୁ ଚୁକ୍ତି କରିଛନ୍ତି । କଳାହାଣ୍ଡିରୁ ପ୍ରାୟ ୫୦ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୬୦% ଧାନ କଟା ହୋଇ ଖଳାରେ ପଡ଼ିରହିଛି। ବାକି ଧାନ ଏବେବି ବିଲରେ ରହିଛି  ।  ନୂଆ ସରକାରଙ୍କ ନୂଆ ନିୟମ ପାଇଁ ମଣ୍ଡିକୁ ଧାନ ନେଲେ ଏଫଏକ୍ୟୁ ମାନର ନହେଲେ ଫେରାଇ ଦିଆଯାଉଛି । ଫଳରେ ଚାଷୀ ବର୍ଷାରେ ଭିଜି ଖଳାରେ ଧାନକୁ ଜାଗି ବସିଛନ୍ତି। ଜିଲ୍ଲାର ୨୦% ଚାଷୀଙ୍କୁ ଏଯାଏଁ ଟୋକନ ମିଳିନାହିଁ । ଏପରି ସ୍ଥିତିରେ ଚାଷୀ ଖରିଫ ଧାନ ବିକିବା ପାଇଁ ଖଳାରେ ଜଗି ରହିବେ ନା ରବି ଚାଷ ପାଇଁ ପ୍ରସ୍ତୁତ ହେବେ ତାକୁ ନେ

ଦାଉ ସାଧୁଛି ଅଦିନିଆ ବର୍ଷା,ଖଳାରେ ଓଦା ହେଉଛି ଅମଳ ଧାନ । ଧାନର ମାନ ନେଇ ଚିନ୍ତାରେ ଜୟପାଟଣା ଚାଷୀ

କନକବ୍ୟୁରୋ : ବିଲରେ ଓଦା ହୋଇଗଲା ପାଚିଲା ଧାନ । ବର୍ଷା-ପବନ ଯୋଗୁଁ ଧାନଗଛ ଜମିରେ ଶୋଇପଡ଼ିଛି । ବର୍ଷାଭିଜା ଧାନକୁ ମଣ୍ଡିରେ କିଭଳି ବିକିବେ ତାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି । ଏବେ ଧାନ ଅମଳ ସମୟ ହୋଇଥିବାରୁ କେଉଁଠି ଧାନ କଟା ହୋଇ ବିଲ ଓ ଖଳାରେ ପଡିଛି ତ ଆଉ କେଉଁଠି କଟା ଅପେକ୍ଷାରେ ପାଚିଲା ଧାନ ।

 ପଶ୍ଚିମା ଝଡ଼ ପ୍ରଭାବରେ ଝିପିଝିପି ବର୍ଷାକୁ ଦେଖି ଛାନିଆ ଚାଷୀ । ଜିଲ୍ଲାର ଅନେକ ସ୍ଥାନରେ ଶନିବାର ଠାରୁ କୋହଲା ପାଗ ସହ ଝିପଝିପ୍ ବର୍ଷା ଲାଗିରହିଛି। ଏକର ଏକର ଧାନ ଫସଲ ପାଣିରେ ପଡ଼ିରହିଛି । ଅମଳ କମିଯିବା ସହ ଧାନର ମାନ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେପଟେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ କଳାହାଣ୍ଡିରେ ୨୨୩ଟି ମଣ୍ଡି ଖୋଲାଯାଇଛି । ୮୦ରୁ ଅଧିକ ମିଲର୍ସ ମଣ୍ଡିରୁ ଧାନ ଉଠାଇବାକୁ ଚୁକ୍ତି କରିଛନ୍ତି ।

କଳାହାଣ୍ଡିରୁ ପ୍ରାୟ ୫୦ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୬୦% ଧାନ କଟା ହୋଇ ଖଳାରେ ପଡ଼ିରହିଛି। ବାକି ଧାନ ଏବେବି ବିଲରେ ରହିଛି  ।  ନୂଆ ସରକାରଙ୍କ ନୂଆ ନିୟମ ପାଇଁ ମଣ୍ଡିକୁ ଧାନ ନେଲେ ଏଫଏକ୍ୟୁ ମାନର ନହେଲେ ଫେରାଇ ଦିଆଯାଉଛି । ଫଳରେ ଚାଷୀ ବର୍ଷାରେ ଭିଜି ଖଳାରେ ଧାନକୁ ଜାଗି ବସିଛନ୍ତି। ଜିଲ୍ଲାର ୨୦% ଚାଷୀଙ୍କୁ ଏଯାଏଁ ଟୋକନ ମିଳିନାହିଁ । ଏପରି ସ୍ଥିତିରେ ଚାଷୀ ଖରିଫ ଧାନ ବିକିବା ପାଇଁ ଖଳାରେ ଜଗି ରହିବେ ନା ରବି ଚାଷ ପାଇଁ ପ୍ରସ୍ତୁତ ହେବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି   ।