ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ
ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲକ୍ଷ୍ନୌସ୍ଥିତ ଡିଫେନ୍ସ ଏକ୍ସପୋ ଭେନ୍ୟୁରେ ପହଞ୍ଚି ଅବସରପ୍ରାପ୍ତ ସେନା ହାବିଲଦାର ୟଶପାଲ ସିଂ ନାଗର (୪୧) ଏବଂ ତାଙ୍କ ପୁଅ ଶେଖର ନାଗର (୨୧) ନିଜ ନିଯୁକ୍ତି ପତ୍ର ଆଣିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଭୟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। […] The post ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ appeared first on Dharitri Odia News.
ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲକ୍ଷ୍ନୌସ୍ଥିତ ଡିଫେନ୍ସ ଏକ୍ସପୋ ଭେନ୍ୟୁରେ ପହଞ୍ଚି ଅବସରପ୍ରାପ୍ତ ସେନା ହାବିଲଦାର ୟଶପାଲ ସିଂ ନାଗର (୪୧) ଏବଂ ତାଙ୍କ ପୁଅ ଶେଖର ନାଗର (୨୧) ନିଜ ନିଯୁକ୍ତି ପତ୍ର ଆଣିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଭୟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ୟଶପାଲ ୨୦୦୩ରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିଲେ। ୧୬ ବର୍ଷ ଧରି ସେବା ଯୋଗାଇବା ପରେ ୨୦୧୯ରେ ସେ ସେନାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ଦିଲ୍ଲୀରେ ଥିବା ଆର୍ମି ଅର୍ଡିନାନ୍ସ କର୍ପ୍ସରେ ସେ କିଛିଦିନ ପାଇଁ କାର୍ଯ୍ୟ କରିଥିଲେ। ୨୦୨୪ରେ ଉତ୍ତର ପ୍ରଦେଶର କନ୍ଷ୍ଟେବଲ ନିଯୁକ୍ତି ପରୀକ୍ଷା ପାଇଁ ୟଶପାଲ ପୁଅ ଶେଖରଙ୍କ ସହ ମିଶି ଆବେଦନ କରିଥିଲେ। ଉଭୟ ବାପପୁଅ ଏକସଙ୍ଗେ ଉକ୍ତ ପରୀକ୍ଷା ଦେଇଥିଲେ ଏବଂ ଏକସଙ୍ଗେ ଉଭୟଙ୍କର ସିଲେକ୍ସନ ମଧ୍ୟ ହୋଇଛି। ଦୁହେଁ ୨ ବର୍ଷ ଧରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଉଭୟେ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ମିଳିତ ଭାବେ ୟୁପି ପୋଲିସ କନଷ୍ଟେବଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି ଶେଖର କହିଛନ୍ତି।
ଏବେ ୟଶପାଲ ଶାହଜହାନ୍ପୁର ଏବଂ ପୁଅ ଶେଖର ବରେଲିରେ ୟୁପି ପୋଲିସ କନଷ୍ଟେବଲ ଭାବେ ଟ୍ରେନିଂ ନେବେ। ଚଳିତ ମାସ ଶେଷ ଆଡ଼କୁ ଉଭୟେ ଟ୍ରେନିଂ ପାଇଁ ଯିବେ। ୟୁପି ପୋଲିସରେ କନ୍ଷ୍ଟେବଲ ଭାବେ ଭର୍ତ୍ତି ହେବା ପରେ ଶେଖର କହିଛନ୍ତି, ସେ ଆଗକୁ ମଧ୍ୟ କମ୍ବାଇନ୍ଡ ଡିଫେନ୍ସ ସର୍ଭିସ୍ ଏକ୍ସାମିନେଶନ (ସିଡିଏସ୍) ଏବଂ ୟୁପି ଇନ୍ସପେକ୍ଟର ପରୀକ୍ଷା ପରି ବିଭିନ୍ନ ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବେ।
The post ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ appeared first on Dharitri Odia News.