ଦାଉଦ୍ଙ୍କ ୪ ଜମି ଆଜି ନିଲାମ ହେବ
ମୁମ୍ବାଇ,୫।୧:ଭାରତର ମୋଷ୍ଟଓ୍ବାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ନାଁରେ ମହାରାଷ୍ଟ୍ରର ରତ୍ନଗିରି ଜିଲାର ମୁମ୍ବାକେ ଗ୍ରାମରେ ଥିବା ୪ଟି ଚାଷଜମି ଶୁକ୍ରବାର ନିଲାମ ହେବ। ଦାଉଦ୍ଙ୍କର ଏହା ପୈତୃକ ସମ୍ପତ୍ତି। ନିଲାମ ପାଇଁ ଏହାର ରିଜର୍ଭ ପ୍ରାଇସ୍ ମାତ୍ର ୧୯ ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ କେତେଜଣ ବିଡର ଆବେଦନ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଅଣ୍ଡରଓ୍ବାଲର୍ଡ ଡନ୍ଙ୍କ ଜନ୍ମସ୍ଥାନ ସମେତ ୩ଟି ସମ୍ପତ୍ତି ପାଇଁ ଆଇନଜୀବୀ ତଥା ଶିବସେନାର ପୂର୍ବତନ ସଦସ୍ୟ ଅଜୟ ଶ୍ରୀବାସ୍ତବ […] The post ଦାଉଦ୍ଙ୍କ ୪ ଜମି ଆଜି ନିଲାମ ହେବ appeared first on Dharitri Odia News.
ମୁମ୍ବାଇ,୫।୧:ଭାରତର ମୋଷ୍ଟଓ୍ବାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ନାଁରେ ମହାରାଷ୍ଟ୍ରର ରତ୍ନଗିରି ଜିଲାର ମୁମ୍ବାକେ ଗ୍ରାମରେ ଥିବା ୪ଟି ଚାଷଜମି ଶୁକ୍ରବାର ନିଲାମ ହେବ। ଦାଉଦ୍ଙ୍କର ଏହା ପୈତୃକ ସମ୍ପତ୍ତି। ନିଲାମ ପାଇଁ ଏହାର ରିଜର୍ଭ ପ୍ରାଇସ୍ ମାତ୍ର ୧୯ ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ କେତେଜଣ ବିଡର ଆବେଦନ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଅଣ୍ଡରଓ୍ବାଲର୍ଡ ଡନ୍ଙ୍କ ଜନ୍ମସ୍ଥାନ ସମେତ ୩ଟି ସମ୍ପତ୍ତି ପାଇଁ ଆଇନଜୀବୀ ତଥା ଶିବସେନାର ପୂର୍ବତନ ସଦସ୍ୟ ଅଜୟ ଶ୍ରୀବାସ୍ତବ ସଫଳ ବିଡର ଥିଲେ। ତେବେ ଆଇନଗତ କାରଣରୁ ଉକ୍ତ ନିଲାମ ଅଟକି ରହିଥିତ୍ଲା।
The post ଦାଉଦ୍ଙ୍କ ୪ ଜମି ଆଜି ନିଲାମ ହେବ appeared first on Dharitri Odia News.