'ଦାନା' ପାଇଁ ଦୁଇଦିନ ସୂର୍ଯ୍ୟମନ୍ଦିର ବନ୍ଦ, ଖାଁ ଖାଁ ଅର୍କକ୍ଷେତ୍ର

ଭୁବନେଶ୍ୱର ୨୪/୧୦: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ବାତ୍ୟା ‘ଦାନା’ ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଆଜିଠାରୁ ଆସନ୍ତା ୨୫" ତାରିଖ ପର୍ଯ୍ୟନ୍ତ ସମ୍ଭାବ୍ୟ ଦାନା ବାତ୍ୟା ପ୍ରକୋପକୁ ନେଇ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି । ରାଜ୍ୟସରକାର ଅନୁମତି କ୍ରମେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜିରୋ କାଜୁଆଲିଟି ନୀତି ଆପଣାଯାଇଛି । ସମସ୍ତ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରସାଶନର ନିର୍ଦେଶକ୍ରମେ ଏଏସଆଇ ବିଭାଗ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଗରୁବାର ଠାରୁ ଆସନ୍ତା ଶୁକ୍ରବାର ୨୫ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବନ୍ଦ ରହିବ । ପର୍ଯ୍ୟଟକଙ୍କ ସମେତ ସର୍ବସାଧାରଣଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏନେଇ ପ୍ରତ୍ନତତ୍ୱ ବିଭାଗ ପୁରୀ ଜିଲ୍ଲା ସର୍କଲ ଅଧିକ୍ଷକ ଡ଼ି.ବି. ଗଡ଼ ନାୟକ ସୂଚନା ଦେଇଛନ୍ତି । ଏବେଠାରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ

'ଦାନା' ପାଇଁ ଦୁଇଦିନ ସୂର୍ଯ୍ୟମନ୍ଦିର ବନ୍ଦ, ଖାଁ ଖାଁ ଅର୍କକ୍ଷେତ୍ର

ଭୁବନେଶ୍ୱର ୨୪/୧୦: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ବାତ୍ୟା ‘ଦାନା’ ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି । 

ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଆଜିଠାରୁ ଆସନ୍ତା ୨୫" ତାରିଖ ପର୍ଯ୍ୟନ୍ତ ସମ୍ଭାବ୍ୟ ଦାନା ବାତ୍ୟା ପ୍ରକୋପକୁ ନେଇ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି । ରାଜ୍ୟସରକାର ଅନୁମତି କ୍ରମେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜିରୋ କାଜୁଆଲିଟି ନୀତି ଆପଣାଯାଇଛି । ସମସ୍ତ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । 

ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରସାଶନର ନିର୍ଦେଶକ୍ରମେ ଏଏସଆଇ ବିଭାଗ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଗରୁବାର ଠାରୁ ଆସନ୍ତା ଶୁକ୍ରବାର ୨୫ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବନ୍ଦ ରହିବ । ପର୍ଯ୍ୟଟକଙ୍କ ସମେତ ସର୍ବସାଧାରଣଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । 

ଏନେଇ ପ୍ରତ୍ନତତ୍ୱ ବିଭାଗ ପୁରୀ ଜିଲ୍ଲା ସର୍କଲ ଅଧିକ୍ଷକ ଡ଼ି.ବି. ଗଡ଼ ନାୟକ ସୂଚନା ଦେଇଛନ୍ତି । ଏବେଠାରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ କୋଣାର୍କ ଚନ୍ଦ୍ରଭାଗା ଖା ଖା ଦେଖିବାକୁ ମିଳିଛି। ପବନର ବେଗ ବଢିବାରେ ଲାଗିଥିବା ଦେଖାଦେଇଛି।