‘ଦାନା’ ପ୍ରଭାବରେ ଚାରିଆଡେ ଛାର୍‌ଖାର୍‌, ରାସ୍ତାରେ ପଡିଛି ବଡ଼ ବଡ଼ ଗଛ

ଭଦ୍ରକ ୨୫।୧୦ :  ‘ଦାନା’ ପ୍ରଭାବରେ ଚାରିଆଡେ ଛାର୍‌ଖାର୍‌ । ବାତ୍ୟା ପରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ଯାହାଫଳରେ ରାସ୍ତାରେ ଜାମ୍‌ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଗୁରୁବାର ରାତିରେ ବାତ୍ୟା ‘ଦାନା’ ଭିତରକନିକାର ହାବାଳିଖଟିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିଲା । ଯାହାପରେ ଭଦ୍ରକ, କେନ୍ଦ୍ରାପଡ଼ା ଆଦି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ଏପିରିକି ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅନେକ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ତେବେ ବଡ଼ ବଡ଼ ଗଛ ପଡିବା ଦ୍ୱାରା ରାସ୍ତାରେ ଜାମ୍‌ ଦେଖିବାକୁ ମିଳିଛି । ରାସ୍ତା ଜାମ୍‌ ଲାଗି ଅନେକ ଗାଡି ଅଟକି ରହିଛି । ସେହିପରି ପ୍ରବଳ ବର୍ଷା ଲାଗି ୨୦୦ ମିଟରରୁ ଅଧିକ ଦୂର ଯାଏଁ ଦେଖାଯାଉନାହିଁ । 

‘ଦାନା’ ପ୍ରଭାବରେ ଚାରିଆଡେ ଛାର୍‌ଖାର୍‌, ରାସ୍ତାରେ ପଡିଛି ବଡ଼ ବଡ଼ ଗଛ

ଭଦ୍ରକ ୨୫।୧୦ :  ‘ଦାନା’ ପ୍ରଭାବରେ ଚାରିଆଡେ ଛାର୍‌ଖାର୍‌ । ବାତ୍ୟା ପରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ଯାହାଫଳରେ ରାସ୍ତାରେ ଜାମ୍‌ ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଗୁରୁବାର ରାତିରେ ବାତ୍ୟା ‘ଦାନା’ ଭିତରକନିକାର ହାବାଳିଖଟିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିଲା । ଯାହାପରେ ଭଦ୍ରକ, କେନ୍ଦ୍ରାପଡ଼ା ଆଦି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ଏପିରିକି ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅନେକ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ତେବେ ବଡ଼ ବଡ଼ ଗଛ ପଡିବା ଦ୍ୱାରା ରାସ୍ତାରେ ଜାମ୍‌ ଦେଖିବାକୁ ମିଳିଛି । ରାସ୍ତା ଜାମ୍‌ ଲାଗି ଅନେକ ଗାଡି ଅଟକି ରହିଛି । ସେହିପରି ପ୍ରବଳ ବର୍ଷା ଲାଗି ୨୦୦ ମିଟରରୁ ଅଧିକ ଦୂର ଯାଏଁ ଦେଖାଯାଉନାହିଁ ।