ଦାନା ମୁକାବିଲା ପାଇଁ ଅଣ୍ଟା ଭିଡିଲାଣ କେନ୍ଦୁଝର ଜିଲା ପ୍ରଶାସନ

ପାଟଣା,୨୨।୧୦(ବୀର କିଶୋର ଦାଶ): ବାତ୍ୟା ମୁକାବିଲା  ପାଇଁ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶିବ ଶଙ୍କର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ପ୍ରଶାସନିକ ଅଧିକାରୀ ସହ, ଅଗ୍ନିଶମ ବାହିନୀ, ରାଜସ୍ବ ବିଭାଗ କର୍ମଚାରୀ, ଡାକ୍ତର, ୨୦ଟି ପଞ୍ଚାୟତର ପିଇଓମାନେ ସାମିଲ ହୋଇଛନ୍ତି। ଆୟୋଜିତ ସଭାରେ ପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକ, ଅତିରିକ୍ତ ତହସିଲ ଦାର ଶରଣ କୁମାର ଜେନା,ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, […] The post ଦାନା ମୁକାବିଲା ପାଇଁ ଅଣ୍ଟା ଭିଡିଲାଣ କେନ୍ଦୁଝର ଜିଲା ପ୍ରଶାସନ appeared first on Dharitri Odia News.

ଦାନା ମୁକାବିଲା ପାଇଁ ଅଣ୍ଟା ଭିଡିଲାଣ କେନ୍ଦୁଝର ଜିଲା ପ୍ରଶାସନ

ପାଟଣା,୨୨।୧୦(ବୀର କିଶୋର ଦାଶ): ବାତ୍ୟା ମୁକାବିଲା  ପାଇଁ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶିବ ଶଙ୍କର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ପ୍ରଶାସନିକ ଅଧିକାରୀ ସହ, ଅଗ୍ନିଶମ ବାହିନୀ, ରାଜସ୍ବ ବିଭାଗ କର୍ମଚାରୀ, ଡାକ୍ତର, ୨୦ଟି ପଞ୍ଚାୟତର ପିଇଓମାନେ ସାମିଲ ହୋଇଛନ୍ତି। ଆୟୋଜିତ ସଭାରେ ପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକ, ଅତିରିକ୍ତ ତହସିଲ ଦାର ଶରଣ କୁମାର ଜେନା,ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ଏବିଡିଓ ଚିତ୍ତରଞ୍ଜନ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରଶ୍ମି ରେଖା ମହାନ୍ତି, କୃଷି ଅଧିକାରୀ ବର୍ଷା ବୈଶାଳୀ, ସାମାଜିକ ସୁରକ୍ଷା ଅଧିକାରୀ ଅଭୟ କୁମାର ଦେହୁରୀ, ଅଗ୍ନିଶମ ହାବିଲଦାର ରମେଶ ଚନ୍ଦ୍ର ନାଏକ, ଡାକ୍ତର ପ୍ରମୁଖ ଯୋଗଦେଇ ଅକ୍ଟବର୍‌ ୨୪ ଓ ୨୫ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ କିଭଳି ମୁକାବିଲା କରାଯିବ ଓ ଶୂନ୍ୟ କାଯୁଆଲିଟିକୁ ଆଖି ଆଗରେ ରଖି ସୁଚିନ୍ତିତ ମତାମତ ଦେଇଥିଲେ।

The post ଦାନା ମୁକାବିଲା ପାଇଁ ଅଣ୍ଟା ଭିଡିଲାଣ କେନ୍ଦୁଝର ଜିଲା ପ୍ରଶାସନ appeared first on Dharitri Odia News.