‘ଦାନା’ ଯିବା ପରେ ବନ୍ୟା ସ୍ଥିତି, ବିପଦ ସଂକେତ ଉପରେ ଜଳକା

ବାତ୍ୟା ‘ଦାନା’ ଯିବା ପରେ ରାଜ୍ୟର କିଛି ଅଞ୍ଚଳରେ ଉପୁଜିଛି ବନ୍ୟା ଭଳି ସ୍ଥିତି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ବାଦଲ ଫଟା ବର୍ଷା ସାଙ୍ଗକୁ ବିଭିନ୍ନ ନଦୀ ମଧ୍ୟ ଫୁଲୁଥିବା ଲକ୍ଷ୍ୟ କରାଯାଇଛି। ବିପଦ ସଂକେତ ଉପରେ ବହୁଛି ଜଳକା।

‘ଦାନା’ ଯିବା ପରେ ବନ୍ୟା ସ୍ଥିତି, ବିପଦ ସଂକେତ ଉପରେ ଜଳକା

ବାତ୍ୟା ‘ଦାନା’ ଯିବା ପରେ ରାଜ୍ୟର କିଛି ଅଞ୍ଚଳରେ ଦେଖିବାକୁ ମିଳିଛି ଫ୍ଲାସ ଫ୍ଲଡର ଦୃଶ୍ୟ। ବିଶେଷକରି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ବାଦଲ ଫଟା ବର୍ଷା ସାଙ୍ଗକୁ ବିଭିନ୍ନ ନଦୀ ମଧ୍ୟ ଫୁଲୁଥିବା ଲକ୍ଷ୍ୟ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଉପର ମୁଣ୍ଡ ବରେହିପାଣି, ନଅଣା, ହଲା ପିଠାବଟା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଏହି ପାଣି ବୁଢ଼ାବଳଙ୍ଗ ନଦୀକୁ ଆସିଛି। ଫଳରେ ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢିବା ଆରମ୍ଭ ହୋଇଛି।

ଏପଟେ ବାଲେଶ୍ୱରରେ ସଂଧ୍ୟା ୬ଟା ସୁଦ୍ଧା ମଥାନୀ ଠାରେ ବିପଦ ସଙ୍କେତ ଛୁଇଁଛି ଜଳକା ନଦୀ। ବିପଦ ସଙ୍କେତ ୬.୫୦ ମିଟରରେ ଜଳ ପ୍ରବାହିତ ହେଉଛି। ସେହିପରି ପଂଚଲିଙ୍ଗେଶ୍ୱର ଶୈବପୀଠରେ ବାଦଲ ଫଟା ବର୍ଷା ପରେ ପାହାଡ଼ ଉପରୁ ଖସୁଥିବା ପାଣି ଅନେକ ସମୟ ଯାଏଁ ଶୈବପୀଠରେ ତାଣ୍ଡବ ରଚିଥିଲା। ବାତ୍ୟା ‘ଦାନା’ ପାଇଁ ପଂଚଲିଙ୍ଗେଶ୍ୱର ପୀଠରେ ୩ ଦିନ ଧରି ସାଧାରଣ ଦର୍ଶାନାର୍ଥୀଙ୍କ ଲାଗି ଦର୍ଶନ ବନ୍ଦ ରହିଛି।

ଏପଟେ ଭଦ୍ରକ ଚାନ୍ଦବାଲିରେ ଆଜି ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ ହୋଇଛି। ସେହିଭଳି କେନ୍ଦ୍ରାପଡ଼ା ରାଜକନିକାରେ ୧୫୬, ମାର୍ଶାଘାଇରେ ୧୧୦ ଓ ରାଜନଗରରେ ୧୦୦ମିଲିମିଟର ବର୍ଷା ହୋଇଛି। ବାଲେଶ୍ୱର ଔପଦାରେ ୧୦୯, ବାସୁଦେବପୁରରେ ୧୧୦ ପାରାଦୀପ ୭୬.୪, ଡେରାବିଶରେ ୭୨ ଏବଂ ଭଦ୍ରକରେ ୭୦.୨ ମିମି ବର୍ଷା ରେକର୍ଡ କରାଯଇଛି।