ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଉଦ୍ଘାଟିତ ବିଭିନ୍ନ ଷ୍ଟଲ ଦେଖିଲେ ଏମ୍ପି, ବିଧାୟକ
ଦାରିଙ୍ଗବାଡ଼ି, ୧୧ା୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ତଥା ମୁଖ୍ୟବକ୍ତା ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଆସିକା ଏମ୍ପି ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଶୀତ ମହୋତ୍ସବ କମିଟିର […] The post ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଉଦ୍ଘାଟିତ ବିଭିନ୍ନ ଷ୍ଟଲ ଦେଖିଲେ ଏମ୍ପି, ବିଧାୟକ appeared first on Dharitri Odia News.
ଦାରିଙ୍ଗବାଡ଼ି, ୧୧ା୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ତଥା ମୁଖ୍ୟବକ୍ତା ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଆସିକା ଏମ୍ପି ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ ଶବର, ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଦୀପିକା ମାଝୀ, ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପ୍ରମୁଖ ମଞ୍ଚାସିନ ରହିଥିଲେ। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ କରିବା ସହ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସମସ୍ତ ଅତିଥିଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। କମିଟିର ସମ୍ପାଦକ ତଥା ବିଡ଼ିଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶୀତ ମହୋତ୍ସବ ଅଞ୍ଚଳରେ ପାରମ୍ପରିକ କଳାକୁ ପୁନରୁଦ୍ଧାର କରାଯିବା, ଲୋକକଳାର ପ୍ରଚାର ପ୍ରସାର କରିବା ଭାଇଚାରା ସୃଷ୍ଟି କରିବା ନେଇ ଅତିଥିମାନେ ପ୍ରକାଶ କରିଥିଲେ। କନ୍ଧମାଳ ଜିଲାର ପ୍ରକୃତି ଦେଖିବାକୁ ଅତି ସୁନ୍ଦର ଏହାର ପାହାଡ଼, ଜଙ୍ଗଲ, ଝରଣା, ପ୍ରକୃତି ଦେଖିବାକୁ ସୁନ୍ଦର ତେଣୁ ଆମ ସଂସ୍କୃତି ପରମ୍ପରାକୁ ବଞ୍ଚେଇବା ତେବେ ଶୀତ ମହୋତ୍ସବର ମୂଳ ଲକ୍ଷ ବୋଲି କହିଥିଲେ। ମଞ୍ଚରେ ଶିବାନନ୍ଦ ବାରିକ ଏବଂ ଲିଜା ସାହୁ ପରିଚାଳନା କରିଥିଲେ। ସେହିପରି ପରବର୍ତ୍ତୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୌରଭ ଭାରଦ୍ୱାଜ ଭଜନ ଗାନ କରିଥିଲେ। ସେହିପରି ବରିଷ୍ଠ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ କଣ୍ଠରେ ବିଭିନ୍ନ ଆଧୁନିକ ଗୀତରେ ଦର୍ଶକ ମଜା ନେଇଥିଲେ। ସେହିପରି ଓଡ଼ିଶୀ ନୃତ୍ୟ ସମେତ ବିଭିନ୍ନ ନୃତ୍ୟ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।
The post ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଉଦ୍ଘାଟିତ ବିଭିନ୍ନ ଷ୍ଟଲ ଦେଖିଲେ ଏମ୍ପି, ବିଧାୟକ appeared first on Dharitri Odia News.